କେନ୍ଦ୍ରାପଡା,୧୩/୯: ଚଳିତ ଲଗାଣ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି l ସଦାସର୍ବଦା ଅସହାୟ ଓ ଦରିଦ୍ରଙ୍କ ଉପରେ ଦଇବ ଦାଉ ସାଜୁଥିବାର ନଜିର ରହିଛି l ଏହିଭାବେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ବଡବେତେରା ପଞ୍ଚାୟତ ବଡ଼ବେତେରା ଗ୍ରାମର ନିରୀହ ପକ୍କା ବାସଗୃହ ବିହିନ ଅଭୟ ମହାପାତ୍ର ଭାଗ୍ୟ ଆକାଶରେ l ବୃଦ୍ଧ ନଡ଼ା ଛପର ଘରେ ଶୋଇଥିବା ସମୟରେ ସୋମବାର ଭୋର ପାଞ୍ଚଟା ସମୟରେ ମାଟି କାନ୍ଥ ଭାଙ୍ଗି ତାଙ୍କ ଉପରେ ପଡିଯାଇଥିଲା l ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଈଶ୍ୱରଙ୍କ ଦୟାରୁ ଅଳ୍ପକେ ବଡ଼ ବିପଦରୁ ରକ୍ଷପାଇଥିଲେ ନିଜର ବୋହୂ ଓ ନାତି । କାନ୍ଥ ଭାଙ୍ଗିବା ଶବ୍ଦ ଶୁଣି ନାତି ଓ ବୋହୁ ଉଠି ପିତାଙ୍କର ଏ ଅବସ୍ଥା ଦେଖି ହତବାକ ହୋଇଯାଇଥିଲେ l ଡାକପକାଇବାରୁ ପଡୋଶୀ ମାନେ ଆସିଥିଲେ ସୁଦ୍ଧା ଉଦ୍ଧାର କରିବା ସମ୍ଭବ ହେଲାନି l ପରେ ଗ୍ରାମବାସୀ ଓ ସରପଞ୍ଚଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଅଭୟଙ୍କ ଶବକୁ ମାଟି କାନ୍ଥ ତଳୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଛି l ପ୍ରଧାନମନ୍ତ୍ରି ଆବାସ ଯୋଜନାରେ ରାଜ୍ୟ ସରକାରଙ୍କ ପ୍ରଶାସନିକ ବ୍ୟବସ୍ଥା ଯୋଗୁ ଅନେକ ଥିଲା ବାଲାଙ୍କୁ ପକ୍କା ଗୃହ ମିଳୁଥିବା ବେଳେ କିଛି ବାସହୀନ ପରିବାର ପକ୍କା ବାସଗୃହ ବିନା ଅଭୟଙ୍କ ଭଳି ହୀନସ୍ତା ହୋଇ ଶେଷରେ ଜୀବନ ଦେବାକୁ ପଡୁଛି l ପ୍ରଶାସନ ସଠିକ ଭାବେ ହିତାଧିକାରୀ ଚୟନ କରୁନଥିବାରୁ ଅନେକ ଗରିବ ପରିବାର ପାଇଁ ପକ୍କା ବାସଗୃହ ଯୋଜନା ସାତସପନ ପlଲଟିଛି l