ତିରୁପତି ବାଲାଜୀ ମନ୍ଦିରରେ ପ୍ରତିଦିନ ବଣ୍ଟାଯାଏ ୩ ଲକ୍ଷ ଲଡୁ, ଜାଣନ୍ତୁ ଏହାର ବିଶେଷତା…

ସାରା ବିଶ୍ବରେ ହିନ୍ଦୁ ଧର୍ମର ପବିତ୍ର ସ୍ଥାନଗୁଡ଼ିକର କୌଣସି ଅଭାବ ନାହିଁ । ହେଲେ ଭାରତରେ ଅନେକ ମନ୍ଦିର ପ୍ରତିଷ୍ଠା କରାଯାଇଛି। କିନ୍ତୁ ସମସ୍ତ ମନ୍ଦିରର ଭିନ୍ନ ଭିନ୍ନ ଧାର୍ମିକ ବିଶ୍ବାସ ଥିବାବେଳେ ଆନ୍ଧ୍ରପ୍ରଦେଶର ତିରୁମାଳା ପାହାଡରେ ଅବସ୍ଥିତ ତିରୁପତି ବାଲାଜୀ ମନ୍ଦିର ଧାର୍ମିକ ମହତ୍ତ୍ବପୂର୍ଣ୍ଣ ସହ ଏକ ବିଶେଷ ଜିନିଷ ପାଇଁ ସାରା ବିଶ୍ବରେ ପରିଚିତ।

ତେବେ ଏହି ପବିତ୍ର ମନ୍ଦିରର ବିଶେଷତ୍ବ ​​ହେଉଛି ଏଠାରେ ପ୍ରତିଦିନ ୩ ରୁ ୪ ଲକ୍ଷ ଲଡୁ ତିଆରି କରାଯାଏ । ମନ୍ଦିରର ରୋଷେଇ ଘର ଦୁନିଆର ସବୁଠୁ ବଡ ରୋଷେଇ ଘର ଭାବରେ ପରିଗଣିତ ହୁଏ। ଏହା ସହିତ ଏହି ଲଡୁ ଗୁଡିକର ସ୍ବାଦ ମଧ୍ୟ ବହୁତ କାସ ରହିଥାଏ । ତେବେ ଯେଉଁ ଭକ୍ତମାନେ ବାଲାଜୀ ମନ୍ଦିର ଯାଆନ୍ତି ସେମାନେ ନିଶ୍ଚିତ ଭାବରେ ତିରୁପତି ବାଲାଜୀ ମନ୍ଦିରରେ ପ୍ରସାଦ ଖାଇଥାନ୍ତି। ଏହାକୁ ଖାଇବା ଦ୍ବାରା ମନ ଏବଂ ଆତ୍ମା ​​ଶୁଦ୍ଧ ହୋଇଥାଏ। ଏହା ସହିତ ଜୀବନରେ କରାଯାଇଥିବା ଭୁଲ୍ ଓ ପାପରୁ ମୁକ୍ତି ମିଳିଥାଏ । ତିରୁମାଳା ମନ୍ଦିରର ଗୁପ୍ତ ରୋଷେଇକୁ ପୋଟୁ କୁହାଯାଏ। ଯେଉଁଥିରେ ୬୦ ରୁ ୭୦ ହଜାର ତୀର୍ଥଯାତ୍ରୀଙ୍କ ପାଇଁ ପ୍ରତିଦିନ ଖାଦ୍ୟ ପ୍ରସ୍ତୁତ କରାଯାଏ । ଏହି ତିନି ରୁ ଚାରି ଲକ୍ଷ ସ୍ବତନ୍ତ୍ର ଲଡୁକୁ ପ୍ରସାଦ ଭାବରେ ତିଆରି କରାଯାଏ।

ଏହି ଲଡୁଗୁଡ଼ିକର ସ୍ବାଦ ଏତେ ଖାସ୍ ରହିଥାଏ ଯେ ସମସ୍ତେ ଏହାକୁ ଖାଇବାକୁ ଚାହାଁନ୍ତି । ଏହାର ୨୦୦୬ ମସିହାରେ ଆରମ୍ଭ, ହୋଇଥିଲା । ଏଥିପାଇଁ ମନ୍ଦିର ବାହାରେ ଏକ ସ୍ବତନ୍ତ୍ର ସ୍ଥାନ ରଖାଯାଇଥିଲା | ଏହା ପରେ ସେଠାରେ ଏକ ଆଧୁନିକ ରୋଷେଇ ଘର ନିର୍ମାଣ କରାଯାଇଥିଲା । ତେବେ ସେହି ରୋଷେଇ ଘରେ କେବଳ ମନ୍ଦିରର ପୁରୋହିତ ଏବଂ କିଛି ବିଶେଷ ବ୍ୟକ୍ତି ହିଁ କେବଳ ପ୍ରବେଶ କରିପାରିବେ। ଏହି ରୋଷେଇ ଘରର ପରିଷ୍କାର ପରିଚ୍ଛନ୍ନତା ସହିତ ଏହାର ବିଶେଷ ଯତ୍ନ ମଧ୍ୟ ନିଆଯାଏ ।