ବର୍ଷାରେ ଭୁଷୁଡ଼ି ପଡିଲା ଜୁଆଣିଆ ପଂଚାୟତ ପୁଷ୍କରିଣୀ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ

କେନ୍ଦ୍ରାପଡା,୧୬/୯ : କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକରେ ୧୧ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଜୁଆଣିଆ ପଂଚାୟତ ପୁଷ୍କରିଣୀ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଆଗେଇ ଚାଲିଥିଲା l ମାତ୍ର ଦୁଃଖର ବିଷୟ ଯନ୍ତ୍ରୀଙ୍କ ଅଣଦେଖାରୁ ନିମ୍ନ ମାନର କାର୍ଯ୍ୟ ହେତୁ ଭୁଷୁଡ଼ି ପଡିଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରନ୍ତି l ଉକ୍ତ କାର୍ଯ୍ୟକୁ ପଂଚାୟତର ସରପଞ୍ଚ ନିଜର ପ୍ରତ୍ୟକ୍ଷ ତତ୍ୱାବଧାନରେ ସମ୍ପାଦନା କରୁଥିବା ବେଳେ କାର୍ଯ୍ୟର ସ୍ଥାୟୀତ୍ୱ ନେଇ ପ୍ରଶ୍ନ ଉଠାଇଛନ୍ତି ଜନତା l ସରକାରୀ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟଟି ନିମ୍ନ ମାନର ବୋଲି ପ୍ରଶ୍ନ ଉଠୁଥିବା ବେଳେ ଅନୁପଯୁକ୍ତ କାର୍ଯ୍ୟ ଶୈଳୀ ନେଇକିଛି ଲୋକ କହନ୍ତି l ତଳୁ ୮ ଫୁଟ ସପୋର୍ଟ ଦିଆଯାଇ ୧୨ ଫୁଟ ଇଟା ଯୋଡ଼େଇ କାର୍ଯ୍ୟ ଚାଲୁ ଥିଲା l କିନ୍ତୁ ଲଗାଣ ବର୍ଷା ଯୋଗୁଁ ଗୋଟିଏ ପଟ ମୋଡିହୋଇଯିବାରୁ ଇଟାଭୁଷୁଡ଼ି ପଡିଛି l ପଂଚାୟତର ସରପଞ୍ଚ ହୋଇ ଵି ଦାୟିତ୍ୱ ହୀନ ଭାବେ କାର୍ଯ୍ୟ କରିବାରେ ଏଭଳି ଅଘଟଣ ଘଟିଲା ବୋଲି ଦେଖଣା ହାରି କହୁଥୁବାର ଜଣାପଡିଛି l