କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଧୋୟା ବ୍ଲକ ଆଳିର ଚାଷୀ ମରୁଡି ପରେ ଧୋଇ ଓ ପରେ ପରେ ବନ୍ୟା ନେଇ ଚିନ୍ତାରେ ଥିବାର ଜଣାପଡିଛି l ସୂଚନା ଥାଉକି ସମ୍ପୃକ୍ତ ବ୍ଲକର ଅଣଜଳସେଚିତ ଅଂଚଳର ଚାଷୀ ବର୍ଷା ପାଣି ଉପରେ ନିର୍ଭର କରି ଚାଷ କରିଥାନ୍ତି l ମାତ୍ର ଚଳିତ ଖରିଫ ଋତୁର ପ୍ରାରମ୍ଭରେ ସ୍ୱଳ୍ପ ବୃଷ୍ଟି ହେତୁ ଧାନ ରୁଆ ବେଉଷଣ କାର୍ଯ୍ୟ ପୁରା ମାତ୍ରାରେ ପ୍ରଭାବିତ ହୋଇଥିଲା l ଚାଷୀ ଦୁଃଖେ କଷ୍ଟେ ଡିଜେଲ ପାଣିକଳ ପକାଇ ମଲା ତଳି ଓ ବୁଆ ବଞ୍ଚାଇ ଅଧିକ ଖର୍ଚ୍ଚାନ୍ତ ହୋଇ ରୁଆ ବେଉଷଣ କାର୍ଯ୍ୟ ଶେଷ କରିଥିଲେ l ଦୁଃଖର କଥା ହୀନ ବୃଷ୍ଟି ନେଇ ଚାଷ ସାରିଥିବା ଚାଷୀ କୂଳ ଚଳିତ ମାସ ରେ ହୋଇ ଥିବା ଲଗାଣ ବର୍ଷା ରେ ଜଳାର୍ଣ୍ଣବ ହୋଇ ଧାନ ଜମିକୁ ବୁଡାଇ ଦେଇଥିଲା l ବର୍ଷା ଜଳ ଜମିରୁ ନିଷ୍କାସିତ ହେବା ପୂର୍ବରୁ ବନ୍ୟା ଜଳ ଚାଷ ଜମିକୁ ବୁଡାଇ ରଖିଛି ଦୀର୍ଘ ଏକ ସପ୍ତାହ ଧରି ଧାନ ଜମି ବୁଡି ରହିବାରୁ ଅନେକ ଛୋଟ ଧାନ ଗଛ ପଚି ଗଲାଣି l ଏନେଇ ବ୍ଲକ ର ସାହୁ ପଡ଼ା ଓ, ପଦନୀପାଳ ଆଦି ଧୋୟା ଅଂଚଳ ଚାଷୀ ଧାର କରଜ କରି କରିଥିବା ଖରିଫ ଚାଷ ଉପରୁ ଭରଷା ତୁଟାଇ ଋଣ ବୋଝ ନେଇ ଚିନ୍ତାରେ ଅଛନ୍ତି l ସରକାର ଏଭଳି ସ୍ଥିତିରେ ଚାଷୀ କୂଳ ସରକାରଙ୍କ ନିକଟରେ ଋଣ ଛାଡ଼ କରିବା ସହିତ ରବି ଋତୁରେ ଚାଷ ପାଇଁ ସହାୟତା ଯୋଗାଇ ଦେବାକୁ ନିବେଦନ କରନ୍ତି l