ଭୁବନେଶ୍ୱର,୨୦/୯: ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି। ଭୁବନେଶ୍ୱର ଏସଏଫଏସଏଲରେ ଚାଲିଥିଲା ଏହି ମିଛଧରା ପରୀକ୍ଷା । ବିଶେଷ କରି ଘଟଣା ଦିନ କଣ ଘଟିଥିଲା ସେ ନେଇ ୧୬୧ରେ ରେକର୍ଡ ହୋଇଥିବା ତାଙ୍କ ବୟାନ ସତ ନା ମିଛ ଜାଣିବାକୁ ପ୍ରୟାସ କରିଛି କ୍ରାଇମବ୍ରାଞ୍ଚ।
![]()
ମିଳିଥିବା ସୂଚନା ଅନୁସାରେ ସ୍ୱାମୀ ସୌମ୍ୟରଞ୍ଜନଙ୍କ ବାବଦରେ ପଚାରିବାରୁ ବିଦ୍ୟାଭାରତୀ ଭାବବିହ୍ୱଳ ହୋଇପଡ଼ିଥିଲେ। ଘଟଣା ଦିନ କଣ ହୋଇଥିଲା କହିବା ବେଳେ କାନ୍ଦି ପକାଇଥିଲେ ସେ। ପ୍ରାୟ ୪ ଘଣ୍ଟା ଧରି ବିଦ୍ୟାଭାରତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା। ପାରଳାଖେମୁଣ୍ଡି ଏସିଏଫଙ୍କ ମୃତ୍ୟୁ ମାମଲାରେ ପୂର୍ବରୁ ଡିଏଫଓ ଓ ରୋଷେୟାଙ୍କ ଲାଇ ଡିଟେକସନ ଟେଷ୍ଟ ହୋଇଥିଲା। ମୃତ ସୌମ୍ୟରଞ୍ଜନଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପତ୍ନୀ ବିଦ୍ୟାଭରତୀଙ୍କ ସହ ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ତଦନ୍ତ ପରିସରଭୁକ୍ତ କରିଛି କ୍ରାଇମବ୍ରାଞ୍ଚ। ୩ ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ତଥ୍ୟ ଆଧାରରେ ତଦନ୍ତକାରୀ ସଂସ୍ଥା ଏଦିଗରେ ତଦନ୍ତକୁ ଆଗକୁ ବଢାଇବ। ତେବେ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ୨ ମାସରୁ ଅଧିକ ସମୟ ବିତିଥିଲେ ମଧ୍ୟ ଏଯାଏଁ ତଦନ୍ତକାରୀ ସଂସ୍ଥା ସଫଳତା ପାଇନାହିଁ ।