କେନ୍ଦ୍ରାପଡା,୨୩/୯ : କେନ୍ଦ୍ରାପଡା ଜିଲ୍ଲା ସଦର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଶ୍ୟାମ ସୁନ୍ଦର ପୁର ପଂଚାୟତ ଦୂତିଆଳ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା l ଗ୍ରାମସ୍ଥ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଶୁଭ୍ର କାନ୍ତି ନାୟକ ସିଆରସିସି ଭାବେ କାର୍ଯ୍ୟ କରୁଥିଲେ l ନିଜ କ୍ଲଷ୍ଟରର ଶିକ୍ଷକ ମାନଙ୍କୁ ମେସେଜ ପଠାଇବା ବେଳେ ଘର ଭିତରେ ନେଟ ସ୍ଲୋ ରହିଥିଲା l ଯାହା ନେଇ ଶିକ୍ଷୟତ୍ରୀ ଜଣକ ଛାତ ଉପରକୁ ଚାଲି ଯାଇ ମେସେଜ ପଠାଉ ଥିଲେ l ମାତ୍ର ଶିକ୍ଷୟତ୍ରୀ ଜଣକ ମେସେଜ ପଠାଉ ଥିବା ସମୟରେ ଅନ୍ୟ ମନସ୍କ ହେତୁ ଛାତ ତଳକୁ ଖସି ପଡ଼ି ମୃତ୍ୟୁ ବରଣ କରିଥବାର ଜଣାପଡିଛି l କାର୍ଯ୍ୟରତ ସିଆରସିସିଙ୍କ ମୃତ୍ୟୁକୁ ନେଇ ଶିକ୍ଷକ ମହଲରେ ଶୋକର ଛାୟା ଖେଳି ଯାଇଛି l