ଯୋଗୀ ଆଦିତ୍ୟାନାଥଙ୍କ ସଭାସ୍ଥଳରେ ‘ଗଙ୍ଗା ଜଳ’ ଛିଞ୍ଚିବାରୁ ସପା ନେତାଙ୍କୁ ବାନ୍ଧିଲା ପୋଲିସ

ଲକ୍ଷ୍ନୌ ୨୪ /୯: ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ଏବେ ’ଶୁଦ୍ଧିକରଣ ରାଜନୀତି’ ଆରମ୍ଭ ହୋଇଯାଇଛି। ସମ୍ଭଲରେ ମୁଖ୍ୟମନ୍ତ୍ରୀ ଆଦିତ୍ୟାନାଥଙ୍କ କାର୍ଯ୍ୟକ୍ରମର ଗୋଟିଏ ଦିନ ପରେ ସପା କାର୍ଯ୍ୟକର୍ତ୍ତା ହେଲିପ୍ୟାଡ୍‌ରୁ ସଭାସ୍ଥଳ ଗଙ୍ଗା ଜଳ ପକାଇ ପ୍ରଦର୍ଶନ କରିଥିଲେ। ଏହି ମାମଲାରେ ସମାଜବାଦୀ ପାର୍ଟି ନେତା ଭାବେଶ ଯାଦବଙ୍କୁ ପୋଲିସ ଗିରଫ କରିଛି। ଏହା ବ୍ୟତୀତ ୧୦ ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ସମାଜବାଦୀ ଯୁବଜନ ସଭାର ପ୍ରଦେଶ ସଂପାଦକ ଭାବେଶ ଯାଦବଙ୍କ ନେତୃତ୍ବରେ କାର୍ଯ୍ୟକର୍ତ୍ତା ଗଙ୍ଗାଜଳ ଛିଞ୍ଚି ବିରୋଧ ପ୍ରଦର୍ଶନ କରିଥିଲେ। ସେହି ଦିନ ସନ୍ଧ୍ୟାରେ ଏନେଇ ଭିଡିଓ ଭାଇରାଲ୍‌ ହୋଇଥିଲା। ଏହା ପରେ ପୋଲିସ ଭାବେଶ ଏବଂ ଅନ୍ୟ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏବେ ଭାବେଶଙ୍କୁ ଜେଲ୍‌ରେ ପୂରାଇଛି ପୋଲିସ।

ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି। ସପା ନେତାଙ୍କ ଏଭଳି କାର୍ଯ୍ୟରେ ଯୋଗୀଙ୍କ ପ୍ରଶଂସକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ବୋଲି ଅଭିଯୋଗରେ ଦର୍ଶାଇଥିଲେ ଅଭିଯୋଗକାରୀ।