କେନ୍ଦ୍ରାପଡା,୨୫/୯: ସର୍ବଭାରତୀୟ “ଆଶା ” କର୍ମୀ ସଙ୍ଘର ନିଷ୍ପତ୍ତି ମତେ ନିଖିଳ ଉତ୍କଳ ଓଡିଶା ରାଜ୍ୟ ଶାଖାର ଆହ୍ୱାନ କ୍ରମେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ସଙ୍ଘ ତରଫରୁ ବିଡ଼ିଓଙ୍କୁ ୧୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି l ଶୁକ୍ରବାର ୨୪ ତାରିଖ ଦିନ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ୩୨ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅନ୍ତର୍ଗତ ସମସ୍ତ ଆଶା କର୍ମୀମାନେ ରାଲ୍ଲୀରେ ଆସି ବ୍ଲକ ପରିସରରେ ପହଂଚି ଥିଲେ l ସାମୁହିକ ବୈଠକ ପରେ ବିଡ଼ିଓ ଦେବାଶିଷ ରାଉତଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଆଶା କର୍ମୀ ରଞ୍ଜୁ ବେହେରା,କାଦମ୍ବିନୀ ରାଉତ, ରେଣୁବାଳା ପରିଡା ଆଦି ମୁଖ୍ୟ ଭୂମିକା ନିର୍ବାହ କରିଥିଲେ l ସ୍ୱାସ୍ଥ୍ୟ ବିଭାଗୀୟ ତଳୁଆ କର୍ମଚାରୀ ହୋଇବି ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକ୍ରମରେ ଲିପ୍ତ ରହୁଥିଲେ ଵି କେନ୍ଦ୍ର ଓ ରାଜ୍ୟ ଉଭୟ ସରକାର ଅଣଦେଖା କରିବା ନେଇ ଅଭିଯୋଗ କରନ୍ତି l
ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ଦିନ ଧରି ସରକାରୀ କାର୍ଯ୍ୟ କରିଆସୁଥିଲେବି ପଦବୀଙ୍କୁ ସରକାରୀ ମାନ୍ୟତା ମିଳୁ ନାହିଁ l ଏପରିକି ମୃତ୍ୟୁ କାଳୀନ ସହାୟତା, କର୍ମଚାରୀର ମାନ୍ୟତା, ଆପଦ କାଳୀନ ସହାୟତା, ସର୍ବନିମ୍ନ ପାରିଶ୍ରମିକ, ସାମାଜିକ ନିରାପତ୍ତା, ସମ୍ମୁଖl ଯୋଦ୍ଧା ଭାବେ ଭତ୍ତା ପ୍ରଦାନ ରେ ଅବହେଳା ନେଇ ମଧ୍ୟ ଅଭିଯୋଗ କରିଛନ୍ତି l ମହାମାରୀ ଓ ବିପର୍ଯ୍ୟୟ ସମୟରେ ନିଜ ପରିବାର କୁ ପଛରେ ପକାଇ କାର୍ଯ୍ୟ କରୁଥିଲେବି କୌଣସି ସହାୟତା ମିଳୁନାହିଁ ବୋଲି ଅଭିଯୋଗ ଉଠାଇଛନ୍ତି l ସ୍ୱାସ୍ଥ୍ୟ ଭିତ୍ତି ଭୂମି ସଜାଡିବାରେ ଅସମର୍ଥ ରାଜ୍ୟ ସରକାର ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟ ମାନଙ୍କୁ ରୋଗୀ ସେବାରେ ନିୟୋଜନ ପାଇଁ ନିର୍ଦେଶ ନାମା ଘୋଷଣା କଲେଣି l ମାତ୍ର ଗାଁ , ସହରତଳୀ ଓ ବସ୍ତି ଅଂଚଳରେ କାର୍ଯ୍ୟରତ ଆଶା କର୍ମୀ ମାନେ ବର୍ଷ ବର୍ଷ ଧରି ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ବେଳେ ମିଳୁଥିବା ପାରିଶ୍ରମିକ ରେ ଚଳିବା କଷ୍ଟ ସାପେକ୍ଷ ହେଉଛି l ଏନେଇ ସାରା ଭାରତ ବର୍ଷରେ ସମସ୍ତ ଆଶା କର୍ମୀ ସଙ୍ଘ ବଦ୍ଧ ଭାବେ ସରକାରଙ୍କ ଅଣଦେଖାକୁ ପ୍ରତିବାଦ ଜଣାଇଛନ୍ତି l