‘ବଳିଆ’ ଯୋଜନା : ସହାୟତା ରାଶି ପ୍ରଦାନରେ ତୋଷରପାତ ନେଇ ଅଭିଯୋଗ କଲେ ମହିଳା

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ତିଖିରି ପଞ୍ଚାୟତ ଧନିଆପଡାର ପାଞ୍ଚ ଜଣିଆ ଗୋଷ୍ଠୀର ମହିଳାମାନେ ଶୁକ୍ରବାର ଦିନ ‘ବଳିଆ’ ଯୋଜନାରେ ସହାୟତା ରାଶି ପ୍ରଦାନରେ ତୋଷରପାତ ନେଇ ଅଭିଯୋଗ ଉଠାଇଛନ୍ତି l ଅଭିଯୋଗ କାରିଣୀମାନେ ମହାକାଳପଡା କୃଷି କାର୍ଯ୍ୟଳୟରେ ସହକାରୀ କୃଷି ଅଧିକାରୀଣୀ ପ୍ରଜ୍ଞl ପାରମିତା ମିଶ୍ରଙ୍କୁ ସାକ୍ଷାତ କରି ସହାୟତା ରାଶି ମିଳିନଥିବା ପଛରେ ପଂଚାୟତର କୃଷକ ସାଥି ଓ ପଂଚାୟତ ଦାୟିତ୍ୱ ନ୍ୟସ୍ତ ଗ୍ରାମ୍ୟ କୃଷି କର୍ମଚାରିଣୀଙ୍କୁ ଦୋଷାରପ କରିଛନ୍ତି l ସୁଢ଼ନା ମୁତାବକ ଧନିଆପଡା ଗ୍ରାମର ଭାଗଚାଷୀ, କ୍ଷୁଦ୍ର ଚାଷୀ ଓ ନାମକୁମାତ୍ର ଚାଷୀ ପରିବାର କିଛି ମହିଳା ବଳିଆ ଯୋଜନାରେ ସାମିଲ ହେବାକୁ ପଂଚାୟତର କୃଷକ ସାଥିଙ୍କୁ ସମସ୍ତ କାଗଜାତା ପ୍ରାରମ୍ଭରୁ ପୈଠ କରିଥିଲେ l

କିନ୍ତୁ ପରବର୍ତ୍ତୀ ସମୟରେ କାଗଜାତl ପୈଠ କରି କିଛି ଭାଗ ଚାଷୀ ପରିବାରର ମହିଳା “ବଳିଆ ” ସହାୟତା ରାଶି ପାଇଥିବା ବେଳେ ଅଭିଯୋଗ କାରୀ ଦୁଇଟି ମହିଳା ଗୋଷ୍ଠୀଙ୍କ ନାମ କେଉଁଠି ଓ କଣ ପାଇଁ ଅଟକିଥିବାର କାରଣ ଖୋଜିଛନ୍ତି l କିନ୍ତୁ ଦୁଇ ଗୋଷ୍ଠୀର ସଭ୍ୟା ମାନସୀ ନାୟକ, ଛଇଳା ବେହେରା, ଇନିଅ ବେହେରା, ସ୍ଵର୍ଣ୍ଣଲତା ଦ୍ବିବେଦୀଙ୍କୁ ସହକାରୀ କୃଷି ଅଧିକାରିଣୀ ଘଟଣା ବିଷୟରେ ଉଭୟଙ୍କ ଠାରୁ ବୁଝିବା ପରେ ଅଭିଯୋଗର ତ୍ୱରିତ ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି l ସମସ୍ତ ସରକାରୀ ଯୋଜନାରୁ ବଡ଼ ବଡ଼ିଆ ମାନେ ଫାଇଦା ଉଠାଉଛନ୍ତି, ସରକାର ତେଲିଆ ମୁଣ୍ଡରେ ତେଲ ଦେଉଛି, ନୁଖୁରା ମୁଣ୍ଡକୁ କିଏ ପଚାରେ ବୋଲି କହିଛନ୍ତି ଅଭିଯୋଗ କାରିଣୀ ମହିଳା ମାନେ l ଆହୁରି ମଧ୍ୟ ଆମେ ପଇସା ଦେଲୁନି ବୋଲି ଆମ ପଛ ଗୋଷ୍ଠୀଙ୍କୁ ସହାୟତା ରାଶି ମିଳିଲା, ଆମେବାଦ ପଡ଼ିଲୁ ବୋଲି “ବିସ୍ଫୋରକ ମନ୍ତବ୍ୟ ରଖିଥିଲେ l ତେବେ ଏହି ନୁଖୁରା ଭାଗ ଚାଷୀ ପରିବାର ଗୁଡିକ ବଳିଆ ଯୋଜନାରେ ସାମିଲ ହେଉଛନ୍ତି ନା ବାଦ ପଡୁଛନ୍ତି ଆଗାମୀ ଦିନରେ ଦେଖିବାକୁ ବାକି ରହିଲା l