‘ଭୁବନେଶ୍ବର କ୍ଲବ’ ସଭାପତି ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

ଭୁବନେଶ୍ବର,୨୭/୯ : ବହୁଚର୍ଚ୍ଚିତ ଭୁବନେଶ୍ବର କ୍ଲବର ସଭାପତି ନିର୍ବାଚନ ଶେଷ ହୋଇଛି । ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ବିଜୟ ପଟ୍ଟନାୟକ ଥିବାବେଳେ ବାଜି ମାରି ନେଇଛନ୍ତି ଅସିତ । ଅସିତଙ୍କୁ ମୋଟ ୭୭୬ ଖଣ୍ଡ ମିଳିଥିବାବେଳେ ବିଜୟଙ୍କୁ ୪୯୮ଖଣ୍ଡ ଭୋଟ ମିଳିଥିଲା । ଫଳରେ ଅସିତ ୨୭୮ ଖଣ୍ଡ ଭୋଟରେ ବିଜୟୀ ହୋଇ ରାଜ୍ୟର ଏହି ମର୍ଯ୍ୟଦାଜନକ କ୍ଲବର ସଭାପତି ନିର୍ବାଚିତ ହୋଇଛନ୍ତି ।

ରାଜଧାନୀର ଏହି ସମ୍ଭ୍ରାନ୍ତ କ୍ଲବର ସଭାପତି ନିର୍ବାଚନ ବିଗତ କିଛି ଦିନ ଧରି ସାରା ରାଜ୍ୟରେ ବେଶ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ପୂର୍ବତନ ଆଇଏଏସ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ଦେହାନ୍ତ ପରେ କ୍ଲବର ସଭାପତି ପଦ ଖାଲି ରହିଥିଲା । ଆଜି ଫଳାଫଳ ପ୍ରକାଶ ସହ ସବୁ କଳ୍ପନାଜଳ୍ପନାର ପରିସମାପ୍ତ ହୋଇଛି ।