ପ୍ରକାଶ ପାଇଲା OJEE ରେଜଲ୍ଟ

ଭୁବନେଶ୍ବର,୨୯/୯: ଆଜି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ରେଜଲ୍ଟ ପ୍ରକାଶ ପାଇଛି । ମୋଟ୍ ୪୯ ହଜାର ୨୭୯ ଛାତ୍ରଛାତ୍ରୀଙ୍କୁ ରାଙ୍କ୍ ମିଳିଛି । ମୋଟ୍ ୪୯ ହଜାର ୩୬୦ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଥିଲେ । ୱେବସାଇଟ୍ ojee.nic.inରୁ ଛାତ୍ରଛାତ୍ରୀ ରାଙ୍କ୍ କାର୍ଡ ଡାଉନଲୋଡ୍ କରିପାରିବେ । ସେପ୍ଟେମ୍ବର ୬ ତାରିଖରୁ ୧୮ ତାରିଖ ଯାଏଁ ୧୨ଟି ବର୍ଗରେ ପରୀକ୍ଷା ହୋଇଥିଲା ।