କୁମ୍ଭୀର ଆକ୍ରମଣରେ ଜଣେ ଵୃଦ୍ଧା ଗୁରୁତର

ମହାକାଳପଡ଼ା,୩/୧୦: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ କଂସାର ବଡ଼ ଦାଣ୍ଡୁଅl ପଂଚାୟତ ବଡ଼ପାଳ ଗାଁ ର ୬୦ ବର୍ଷର ଵୃଦ୍ଧା ଭାଗ୍ୟଧର ଜେନା ଶନିବାର ଦିନ ପୂର୍ବାହ୍ନରେ ପାଖ ଗୋବରୀ ନଦୀକୁ ଶୌଚ ପାଇଁ ଯାଇ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ l ଆକ୍ରମଣ ଫଳରେ ଭାଗ୍ୟଧରଙ୍କ ବାମ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି l ଵୃଦ୍ଧା ଜଣକ ଏଭଳି ଅବସ୍ଥା ଦେଖି ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି କୈଳାଶ ରାଉତ ବନବିଭାଗକୁ ଖବର ଦେଇଥିଲେ l ଜଗତଯୋର ବନପାଳ ପ୍ରଦୀପ ସ୍ୱାଇଁ ଓ ମହାକାଳପଡ଼ା ବନାଞ୍ଚକ ଅଧିକାରୀ ସାହାଜି ଚରଣ ବିଶ୍ୱାଳ ବଡ଼ପାଳରେ ପହଂଚି ଭାଗ୍ୟଧରଙ୍କୁ ମହାକାଳପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରକୁ ମେଡିକାଲ ପଠାଇଥିଲେ l ମାତ୍ର ମହାକାଳପଡ଼ା ଡାକ୍ତର ରୋଗୀକୁ କେନ୍ଦ୍ରାପଡା ରେଫର କରିଥିବାର ଜଣାପଡିଛି l ଗରିବ ବୃଦ୍ଧାଙ୍କ ଚିକିତ୍ସାରେ ସହଯୋଗ ସହିତ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି l (କେନ୍ଦ୍ରାପଡ଼ା, ମହାକାଳପଡ଼ାରୁ କେଶବ ଚରଣ ନାଥ ଙ୍କ ରିପୋର୍ଟ )