ମହାକାଳପଡ଼ା,୩ /୧୦ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଖରିନାସି ଜରlନିବାସରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି l ସ୍ଥାନୀୟ ବ୍ଲକର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଜନକଲ୍ୟାଣ ସେବା ସଂସ୍ଥା ତରଫରୁ ପରିଚାଳିତ ଖରିନାସି ଜରା ନିବାସର ସମସ୍ତ ଅନ୍ତେବାସୀ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟ କ୍ରମରେ ଭାଗ ନେଇଥିଲେ l ସଂଗଠନର ନିର୍ଦ୍ଦେଶିକା ପୁଜାରିଣୀ ପରିଡା, ସୁପରିଟେଣ୍ଡେଣ୍ଟ ରେବତୀ ଗାରୁ, କାଉନସେଲର ମନ୍ଦାକିନୀ ବିଶ୍ୱାଳ ଆଦି ଉପସ୍ଥିତ ଥିଲେ l କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେକାର୍ଯ୍ୟ କ୍ରମ ଉଦଘାଟନ କରାଇଥିଲା l ପରେ ପରେ ସମସ୍ତ ଅନ୍ତେବାସୀ ମାନଙ୍କୁ ପୁଷ୍ପ ପ୍ରଦାନ କରାଯାଇ ପୂଜା ଅର୍ଚ୍ଚନା କରାଯାଇଥିଲା l ସଂଗଠନ ର କର୍ମକର୍ତ୍ତା ମାନେ ନିଜ ନିଜର ମନ୍ତବ୍ୟ ରଖିଥିଲେ l ପାଳନୀୟ ଦିବସର ଅନ୍ତିମ ପର୍ଯାୟରେ ସମସ୍ତ ଅନ୍ତେବାସୀ ମାନଙ୍କୁ କର୍ମକର୍ତା ମାନେ ଫଳ ବଣ୍ଟନ କରି ଥିବାର ଜଣାପଡିଛି l