ଶୀତରେ ହିତ ପୋଦିନା ଚା’

ଶୀତ ଦିନେ ସମସ୍ତେ ଚା ପିଇବାକୁ ପସନ୍ଦ କରିଥାନ୍ତି । ବେଶୀ ଚା’ ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ହେଲେ ପୁଦିନାପତ୍ରରେ ପ୍ରସ୍ତୁତ ଚା’ ଏହିଦିନେ ଶରୀର ପାଇଁ ବେଶ୍‌ ଉପକାରୀ । ଆସନ୍ତୁ ଜାଣିବା ପୁଦିନା ପିଇଲେ ଆମର କି କି ଉପକାର ହୁଏ । ୧. ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଛଥାଏ । ୨. ପାଚନ କ୍ରିୟା ନିୟନ୍ତ୍ରଣ କରେ । ୩. ପରିସ୍ରା ଜଳାପୋଡ଼ା ଦୂର କରେ । ୪. ଶ୍ୱସନ ସମସ୍ୟା ଓ ଶ୍ୱାସ ନଳୀ ସଂକ୍ରମଣ ଦୂର କରେ । ୫. ମାନସିକ ବିଶାଦ ଦୂରକରେ । ୬. କ୍ୟାନସରରୁ ସୁରକ୍ଷା ଦିଏ । ଏଥର ଆସନ୍ତୁ ଜାରିବା ଏହି ଚା’ର ପ୍ରସ୍ତୁତି ସମ୍ପର୍କରେ-
ପ୍ରଥମେ ପ୍ୟାନ୍‌ରେ ପାଣି ଗରମ କରନ୍ତୁ । ସେଥିରେ ୮-୧୦ ଟି ପୁଦିନା ପତ୍ର, ଗୋଲ ମରିଚ, କଳା ଲୁଣ ପକାଇ ଫୁଟାନ୍ତି । କିଛି ସମୟ ପରେ ଏହାକୁ ଛାଣିଦିଅନ୍ତୁ । ଏଥର ପ୍ରସ୍ତୁତ ହୋଇଯିବ ଆପଣଙ୍କର ପୁଦିନା ଚା’ । ସବୁଠୁ ବଡ଼ କଥା ହେଲା ଏହି ଚା’ର କୌଣସି ପାଶ୍ୱର୍ପ୍ରତିକ୍ରିୟା ନାହିଁ ।

SBI AD