ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରେ ମାଡ଼ି ଆସୁଛି ହାଡ଼ଫଟା ଶୀତ । ୧୫ ଡିଗ୍ରୀ ତଳକୁ ଖସିଛି ତାପମାତ୍ରା। ଏଣେ ପାଣିପାଗ ବିଭାଗ କହିଛି ଯେ ୩୦ ଅକ୍ଟୋବର ବେଳକୁ ତାପମାତ୍ରା ଆହୁରି ଖସି ୧୩ ଡିଗ୍ରୀ ଯାଏ ଛୁଇଁ ପାରେ।
ସୂଚନାନୁଯାୟୀ , ହିମାଳୟରେ ବରଫପାତ ଯୋଗୁ ଦିଲ୍ଲୀରେ ଶୀତ ବଢ଼ିବାରେ ଲାଗିଛି। ଦିନରେ ଖରା ଥିଲେ ମଧ୍ୟ ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ପବନ ଯୋଗୁ ସେଠାରେ ତାପମାତ୍ରା କମିବାରେ ଲାଗିଛି। ଆଜି ଦିନର ଦିଲ୍ଲୀ ସଫଦରଜଙ୍ଗ ପାଣିପାଗ କେନ୍ଦ୍ରରେ ସର୍ବାଧିକ ତାପମାତ୍ରା ୨୮.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଦିଲ୍ଲୀରେ ଆର୍ଦ୍ରତା ସ୍ତର ୯୪ରୁ ୪୧ ପ୍ରତିଶତ ମଧ୍ୟରେ ଥିଲା। ଆସନ୍ତା କିଛି ଦିନ ମଧ୍ୟରେ ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରାରେ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
Comments are closed.