ହକି ବିଶ୍ୱକପ୍: ୫ଟି ଡାକ ଟିକେଟ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୮/୧୧: ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍ ଆୟୋଜିନ କରି ବେଶ ପ୍ରଶଂସା ନେଇଥିବା ରାଜ୍ୟ ସରକାର ଏହାକୁ ସ୍ମରଣୀୟ କରିବା ପାଇଁ ଅନ୍ୟ ଏକ ପଦକ୍ଷେପ ନେଇଛନ୍ତି। ରାଜ୍ୟ ହକି ମାନିଆରେ ବିଭୋର ରହିଥିବାବେଳେ ବିଶ୍ୱ ପୁରୁଷ ହକି ମହାକୁମ୍ଭକୁ ନେଇ ବୁଧବାର ସ୍ମାରକୀ ଡାକ ଟିକେଟ୍ ଉନ୍ମୋଚନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚ୍ଚିବାଳୟରେ ଏହି ଡାକ ଟିକେଟକୁ ଉନ୍ମୋଚନ କରିଛନ୍ତି । ପୁରୁଷ ହକି ବିଶ୍ୱକପ ୨୦୧୮ ଅବସରରେ ଏହାକୁ ଉନ୍ମୋଚନ କରାଯାଇଛି। ଭିନ୍ନ ଭିନ୍ନ ୫ଟି ସ୍ମାରକୀ ଡାକ ଟିକେଟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି।