ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବି, ଆସନ୍ତାକାଲିଠୁ ମହାବନ୍ଦ ଡାକରା

ସମ୍ବଲପୁର, ୨୮/୧୧: ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବି ପୁଣି ଜୋର ଧରିଲା । ଆନ୍ଦୋଳନକୁ ଜୋରଦାର କରିବାରେ ପ୍ରସ୍ତୁତ ଓକିଲ ସଂଘ ଏବଂ କ୍ରିୟାନୁଷ୍ଠାନ କମିଟି । ବେଂଚ ପ୍ରତିଷ୍ଠା ଦାବିରେ ଆସନ୍ତାକାଲି ଠାରୁ ୪୮ ଘଂଟିଆ ବନ୍ଦ ଡାକରା ଦେଇଛି ସଂଘ ।
ସୂଚନା ମୁତାବକ, ଦୀର୍ଘଦିନ ଧରି ପଶ୍ଚିମ ଓଡିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ହୋଇ ଆସୁଛି । ଯାହାକୁ ରାଜ୍ୟ ସରକାର ବିଭିନ୍ନ ଆଳ ଦେଖାଇ ଗଡାଇ ଚାଲୁଛନ୍ତି । ଆସନ୍ତାକାଲି ଠାରୁ ପଶ୍ଚିମାଂଚଳରେ ଥିବା ଜିଲ୍ଲାମାନଙ୍କରେ ୪୮ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବରେ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ସଂଘ ଆହ୍ୱାନ ଦେଇଛି । ସେହିଭଳି ବଲାଙ୍ଗିର ଜିଲ୍ଲାରେ ମଧ୍ୟ ୩ ତାରିଖ ଦିନ ବନ୍ଦ ଡାକରା ଦିଆଯାଇଛି ।ଏଥି ନିମନ୍ତେ ଗତକାଲି ବିପିୟୁଟିର ସମସ୍ତ ପରୀକ୍ଷା ବାତିଲ କରାଯାଇଛି ।