କେନ୍ଦୁଝର,୧୮/୧୧: କେନ୍ଦୁଝର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ବେଳେ ରାଜସ୍ୱମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ କାରକେଡକୁ ଅଣ୍ଡାମାଡ଼ ହୋଇଛି। ସଂସ୍କୃତି ଭବନକୁ ମନ୍ତ୍ରୀଙ୍କ କାରକେଡ ଯିବା ବେଳେ କେନ୍ଦୁଝର ସହର କାଶୀପୁର ଠାରେ ବିଜେପି ଯୁବ ମୋର୍ଚ୍ଚା ସଭାପତି ହେମରଞ୍ଜନ ବାରିକ ଅଣ୍ଡାମାଡ଼ କରିଥିଲେ। ଏହାପରେ ସେଠାରେ ସାଦା ପୋଷାକରେ ଥିବା ପୁଲିସ ହେମରଞ୍ଜନଙ୍କୁ ଉଠାଇ ନେଇଥିଲା।