୮ଟଙ୍କା କମିଲା ପେଟ୍ରୋଲ୍‌ ଦର

ନୂଆଦିଲ୍ଲୀ,୧/୧୨ : ଦିଲ୍ଲୀବାସୀଙ୍କ ପାଇଁ ପେଟ୍ରୋଲ ଦର ଲିଟର ପିଛା ୮ଟଙ୍କା ହ୍ରାସ ପାଇଲା । ବୁଧବାର କ୍ୟାବିନେଟ୍‌ ବୈଠକରେ ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲ୍‌ ଉପରେ ଲାଗୁ କରାଯାଉଥିବା ଭାଟ୍‌କୁ ୩୦% ରୁ ୧୯.୪୦%କୁ କମାଇ ଦେଇଛନ୍ତି ଦିଲ୍ଲୀ ସରକାର। ଭାଟ୍‌ ହ୍ରାସ ହେବା ପରେ ଜାତୀୟ ରାଜଧାନୀରେ ପେଟ୍ରୋଲ୍‌ ଲିଟର୍‌ ପିଛା ଦର ୮ ଟଙ୍କା ହ୍ରାସ ପାଇବ। ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ୧୦୩ ଟଙ୍କାରୁ ଖସି ୯୫ ଟଙ୍କା ହେବ। ଆଜି ମଧ୍ୟରାତ୍ରରୁ ଏହି ନୂତନ ମୂଲ୍ୟ ଲାଗୁ କରାଯିବ।