ପ୍ରଶାସନିକ ଅବହେଳାରୁ ଦିନକୁ ଦିନ ଉଗ୍ରରୂପ ନେଉଛି ଚଉମୁହାଣୀ ଘାଟ ବିବାଦ

ମହାକାଳପଡ଼ା,୧/୧୨: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବରକନ୍ଧା ପଂଚାୟତ ର ଚଉମୁହାଣୀ ଘାଟ ଅଧିକାଂଶ ସମୟ ଚର୍ଚ୍ଚାରେ ରହୁଥିବା ବେଳେ ପ୍ରଶାସନ ନିରବ ଦ୍ରଷ୍ଟା ସାଜୁଛି l ପଂଚାୟତ କର୍ତ୍ତୃପକ୍ଷ 2021-22ଆର୍ଥିକ ବର୍ଷରେ ଘାଟ ନିଲାମ ଦେବାରୁ ନିଲାମ ଧାରୀ ଘାଟ ଯାତ୍ରୀଙ୍କ ସୁବିଧା ମୁତାବକ ଘାଟ ଚଳାଇଆସୁଥିଲେ l କିନ୍ତୁ ପଂଚାୟତ ର କେତେଜଣ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ନଦୀର ଆରପଟେ ଥିବl ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ନୂଆଗଡ ପଂଚାୟତ କର୍ତ୍ତୃପକ୍ଷ ଙ୍କୁ ଉଷୁକାଇ କିଛି ମାସ ଦୁଇଟି ଘାଟ ଡ଼ଙ୍ଗା ଚଳାଇ ବିଭ୍ରାଟ ସୃଷ୍ଟି କରିଥିଲେ l ନୂଆଗଡ ର ଦୁଇଟି ଡ଼ଙ୍ଗା ଓ ବରକନ୍ଧା ର ଗୋଟିଏ ଘାଟ ଡ଼ଙ୍ଗା ନେଇ ଯାତ୍ରୀ ମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା l ଏପରିକି ନୂଆଗଡ ଘାଟ ଡ଼ଙ୍ଗାର ଘାଟିଆ ଯାତ୍ରୀ ମାନଙ୍କ ଠୁ ଧାର୍ଯ୍ୟ ମାହାସୁଲ ଠାରୁ ଅଧିକ ଦାବି କରି ଯାତ୍ରୀଙ୍କୁ ହଟହଟା କରିଥିଲେ l ମୁଖ୍ୟତଃ ମହାକାଳପଡ଼ା ରୂ ପାରାଦ୍ୱୀପ କୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକ ମାନେ ନିତ୍ୟ ନୈମିତ୍ୟ ଯାତାୟତ ନେଇ ଚୁପ ରହୁଥିଲେ l

କିନ୍ତୁ ପରିସ୍ଥିତି ସଂଗୀନ ହେବାରୁ ଯାତ୍ରୀ ମୁହଁ ଖୋଲିବାରୁ ମାଡ଼ ଓ ଶୋଧାବକା କରିଥିଲେ l ଯାହାନେଇ ପଂଚାୟତର ମୁରବି ଭାବେ କୁଳମଣି ଚୌଧୁରୀ ଓ ଅଶୋକ ସେନାପତି ଆଦି ମହାକାଳପଡ଼ା ବିଡ଼ିଓ ଙ୍କ ସହିତ ଆଲୋଚନା କରିଥିଲେ l ଅଭିଯୋଗ ପାଇଁ ମହାକାଳପଡ଼ା ବିଡ଼ିଓ ଘାଟ ନିଲାମରେ ପରିସୀମା ନେଇ ଦାବିଦାର ହେଉଥିବା ନୂଆଗଡ ପଂଚାୟତ କର୍ତ୍ତୃପକ୍ଷ ଙ୍କୁ ଠୋସ ଜବାବ ଦେବା ପାଇଁ ରାଜସ୍ବ ବିଭାଗ କୁ ଅନେକ ଦିନ ପତ୍ର କରିଥିଲେ l କିନ୍ତୁ ଦୁଃଖର କଥା ରାଜସ୍ୱ ବିଭାଗ ଦୀର୍ଘ ଦିନ ପରେ ବି ସୀମା ଚିହ୍ନଟ କରିପାରିନାହାନ୍ତି l ଏନେଇ ପୂର୍ବଭଳି ବିବାଦ ଘନେଇବା ସହିତ ନୂଆଗଡ ଘଟିଆଙ୍କ ଜୁଲମ ଦିନକୁ ଦିନ ବଢ଼ି ଚାଲୁଛି l ସୋମବାର ଦିନ ଦୁଇ ସାଙ୍ଗ ଶ୍ରମିକ ଆଗପଛ ହୋଇ ଘାଟ ପାର ହେବା ବେଳେ ଶୋଧା ଓ ମାଡ଼ ଖାଇବାକୁ ପଡିଥିଲା l ଗୋଟିଏ ବାଇକ ରେ ପାରାଦ୍ୱୀପ ଯାଉଥିବା ସାଥି ଜଣକ ଆଗେ ଯାଇ ବରକନ୍ଧା ପଂଚାୟତ ଘାଟ ରେ ଚଢ଼ିଵା ପରେ ସାଥି ବାଇକ ଚାଳକ ପଛରେ ଆସି ସାଙ୍ଗକୁ ଡାକ ପକାଇଥିଲେ l କିନ୍ତୁ ବାଇକ ଚାଳକ ଙ୍କୁ ସାଥି ଜଣକ ଡାକିବାରୁ ନୂଆଗଡ ଘାଟିଆ ଫଜିଦ କରି ଶୋଧିବା ସହିତ ଯାତ୍ରl ରେ ଥିବା ଶ୍ରମିକ ଜଣକୁ ବରକନ୍ଧା ଘାଟରୁ ଘୋଷାରି ଆଣିଥିଲେ l ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବା ପରେ ନୂଆଗଡ ଘାଟିଆ ଡ଼ଙ୍ଗା ନେଇ ନିଜ ପାରିକୁ ଚାଲିଯାଇଥିଲେ l ଏଭଳି ସ୍ଥିତିରେ କାର୍ଯ୍ୟଅନ୍ୱେଷଣରେ ଥିବା ଶ୍ରମିକ ମାନେ କାର୍ଯ୍ୟ ସ୍ଥଳୀକୁ ଯାଇନଥିଲେ l ଏହି ଘଟଣା ବିଷୟରେ ପଂଚାୟତର କିଛି ଲୋକେ ମିଳିତ ଭାବେ ସମସ୍ୟା ନେଇ ସୋମବାର ଦିନ ବିଡିଙ୍କୁ ଲିଖିତ ଅଭିଯୋଗ ଦେବା ସହିତ ତ୍ୱରିତ ସ୍ଥାୟୀ ସମାଧାନ ପାଇଁ ଆଲୋଚନା କରିଥିଲେ l ଆଉ ଅନ୍ୟ ପକ୍ଷରେ ମଙ୍ଗଳ ବାର ଦିନ ମହାକାଳପଡ଼ା ତହସିଲଦାର ଙ୍କୁ ଭେଟି ଘାଟ ଅଂଚଳର ତ୍ୱରିତ ସୀମା ଚିହ୍ନଟ ପାଇଁ ଦାବିକରିଛନ୍ତି l ଦେଖିବାକୁ ବାକି ରହିଲା ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପରେ କେବେ ବିବାଦ ତୁଟୁଛି l