ମହାକାଳପଡ଼ା,୧/୧୨: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ପଂଚାୟତ ରେ ନିର୍ମାଣ୍ୱାଧୀନ ମହିଳା ମହାସଂଘ ଗୃହ କାର୍ଯ୍ୟ ନିମ୍ନମାନର ନେଇ ଅଭିଯୋଗ ହେଉଛି l ଏନେଇ ଦାଶ ପଡ଼ା ର ପୁରୁଷ ମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ବିନା ପିଲର ଓ ବେଶ ରେ ମହାସଂଘ ଗୃହ କାର୍ଯ୍ୟ ଚାଲୁଥିବାର ପ୍ରକାଶ କରିଛନ୍ତି l ପିଲର, ବେଶ ସାଙ୍ଗକୁ ନିମ୍ନ ମାନର ଧଳା ଇଟା ନା କୁ ମାତ୍ର ସିମେଣ୍ଟ ଭାଗ ଦେଇ ବାଲିରେ ଯୋଡ଼େଇ କରୁଛନ୍ତି l ବର୍ଦ୍ଧିତ ସଂଲଗ୍ନ ଗୃହ ରେ ପିଲର ନଥିବା ସ୍ଥଳେ ଡିପିସି ତଳେ କାନ୍ଥ ନକରି ରଠ ଭାବେ ଇଟା ଠିକ ଲଗାଇ କାର୍ଯ୍ୟ କରୁଛନ୍ତି l ଆହୁରି ମଧ୍ୟ ମହାସଂଘ ଗର୍ଭ ଗୃହ ଗୁଡିକର ପିଲର ବିନା ବକ୍ସ ରେ ଭୁପୃଷ୍ଠ ଉପରୁ ପିଲର ଉଠାଇ ଥିବାର ସ୍ଥାନୀୟ ଲୋକେ କହନ୍ତି l. ଯାହାକି ମହିଳା ମାନଙ୍କ ଉନ୍ନତି ପରିକଳ୍ପେ ନିର୍ମାଣ ହେଉଥିବା ଗୃହ ପୂର୍ଣ୍ଣାଙ୍ଗ ପରେ ବିପଦ ପୂର୍ଣ୍ଣ ଗୃହ ମହାସଂଘ କୁ ହସ୍ତାନ୍ତର ପରେ କେତେବେଳେ କେଉଁ ସଭ୍ୟାଙ୍କ ଜୀବନ ନେଇ ପାରେ ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି l ଇଟା ଠିକ ଦେଇ ଅସ୍ଥାୟୀ ଭାବେ ପକ୍କା ଗୃହ କାର୍ଯ୍ୟ ବିଷୟରେ ପଂଚାୟତର କନିଷ୍ଠ ଯନ୍ତ୍ରି ଅବଗତ ଥାଇବି ନିରବ ରହୁଥିବା ଭଳି ଅନୁମେୟ ହେଉଛି l
ସରକାରୀ ତହବିଲରୁ ସାତଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ହେଉଥିବା ମହାସଂଘ ଗୃହ ର ସ୍ଥାୟୀତ୍ବ ନେଇ ସାଧାରଣରେ ପ୍ରଶ୍ନ ବାଚୀ ହୋଇଛି l ପ୍ରକଳ୍ପ କାର୍ଯ୍ୟ ନେଇ ସାଧାରଣରେ ଚର୍ଚ୍ଚା ହେବାର ସୂଚନା ପାଇଁ ମଙ୍ଗଳବାର ଦିନପଂଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ବ୍ଲକ ସହକାରୀ ଯନ୍ତ୍ରୀ ଙ୍କୁ ସାଥିରେ ଧରି ପ୍ରକଳ୍ପ ସ୍ଥଳୀ ପରିଦର୍ଶନ କରିଥିଲେ l କନିଷ୍ଠ ଯନ୍ତ୍ରୀ ପ୍ରକଳ୍ପ ସ୍ଥଳୀ ରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କ୍ୟାମେରା ବାହାରେ ନିମ୍ନ ମାନର କାର୍ଯ୍ୟ ନେଇ ଠିକାଦାରଙ୍କୁ ଅବଗତ କରାଇଵା ପରେ ବି କାର୍ଯ୍ୟ ଅଗ୍ରଗତି ବିଷୟରେ ନିଃସହାୟ ପ୍ରକାଶ କରିଥିଲେ l ମାତ୍ର ପ୍ରକୃତ ପକ୍ଷେ ଭୁଲ କାର୍ଯ୍ୟ ସମ୍ପାଦନ କରୁଥିବା ଠିକାଦାରଙ୍କ ବିଲ ବନ୍ଦ ରଖିବେ ବୋଲି ଠୋସ ରେ ନକହି ବାଧ୍ୟ ବାଧକତାରେ କହିଥିଲେ l ବିଶେଷ ଦୁଃଖର କଥା ବ୍ଲକର ଦକ୍ଷ କନିଷ୍ଠ ଯନ୍ତ୍ରୀ ତଥା ସହକାରୀ ଯନ୍ତ୍ରୀଙ୍କ ନିକଟତର ଭାବେ ଅନେକ ପ୍ରକଳ୍ପ ଭରପୁର ପଂଚାୟତ ଦାୟିତ୍ୱ ରେ ଥିବା କନିଷ୍ଠ ଯନ୍ତ୍ରୀ ଜଣକ ଜାଣି ଅଜଣା ଭଳି ରହୁଥିବାର ବୁଦ୍ଧାଜିବି ମାନେ କହନ୍ତି l
ଉଲ୍ଲେଖ ଥାଉକି ପଂଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରି ପରିଦର୍ଶନରେ ଆସି ସର୍ବସାଧାରଣରେ ବର୍ଦ୍ଧିତ ଗୃହର ଅସ୍ଥାୟୀ କାର୍ଯ୍ୟ କୁ ଠିକଣା ଭାବେ ନପରଖି ଉପରଠାଉରିଆ ଭାବେ ଦେଖି କାର୍ଯ୍ୟ ବନ୍ଦଵା ସଂଶୋଧିତ କାର୍ଯ୍ୟ ର ସୂଚନା ନଦେଇ ତରବରିଆ ଭାବେ ଚାଲିଯିବା ଘଟଣାକୁ ନେଇ ଉପସ୍ଥିତ ପଡ଼ାର ଲୋକେ ସନ୍ଦେହ କରିଛନ୍ତି l କନିଷ୍ଠ ଯନ୍ତ୍ରୀ ପ୍ରକଳ୍ପ ବିଷୟରେ ଅବଗତ ଥାଇ ଚୁପ ରହୁଥିବା ବେଳେ ସହକାରୀ ଯନ୍ତ୍ରୀ ଉପରିସ୍ଥ ଅଧିକାରୀ ଭାବେ କାର୍ଯ୍ୟ କ୍ଷେତ୍ର ପରିଦର୍ଶନ କରି ଚୁପ ରହି ସରକାରୀ ଗାଡିରେ ପଂଚାୟତର ଅନ୍ୟ ପ୍ରକଳ୍ପ ସ୍ଥଳୀଙ୍କୁ ଯାଇଥିଲେ l ଏଭଳି ଠକା ମକା ପକ୍କା ଗୃହ କାର୍ଯ୍ୟକୁ ପ୍ରଶାସନ ର ପରୋକ୍ଷ ସହଯୋଗ ରହିଲେ ପଡlବାସୀ ନିମ୍ନ ମାନର ପ୍ରକଳ୍ପ ଗୃହ ର ଛାତପକାଇବା କୁ ବନ୍ଦ କରିବେ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଓ ଜିଲ୍ଲା ପାଳଙ୍କୁ ଅଭିଯୋଗ କରିବେ ବୋଲି ଜଣାପଡିଛି l ବେଠିକଣା ଭାବେ ତ୍ୱରିତ କାର୍ଯ୍ୟସାରି ପଂଚାୟତ ନିର୍ବାଚନ ର ଆଦର୍ଶ ଆଚରଣ ଵିଧି ପୂର୍ବରୁ ସରକାରୀ ତାହାବିଲରୁ ଟଙ୍କା ଉଠାଇ ନେବାକୁ ମସୁଧା ରଖିଥିବା ସରକାରିଦଳିଆ ଠିକାଦାରଙ୍କୁ କନିଷ୍ଠ ଯନ୍ତ୍ରୀ ସାଥ ଦେଉଛନ୍ତି ନା କି ପ୍ରକାର ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକିରହିଲା l