ଭୁବନେଶ୍ବର,୧/୧୨: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ସମୁଦ୍ର ଭିତରେ ରହି ବଳ ଗୋଟାଉଛି। ଆସନ୍ତା ୩ ତାରିଖ ଏହା ଝଡ଼ର ରୂପ ନେବ ଏବଂ ୪ ତାରିଖ ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗରେ ମାଡ କରିବ। ସେତେବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୦୦ କିମି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ‘ଜୱାଦ’ର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବାବେଳେ ରେଳୱେ ବିଭାଗ ବି ପଛରେ ନାହିଁ। ଯାତ୍ରୀଙ୍କ ସୁରକ୍ଷା ପାଇଁ ପୂର୍ବତଟ ରେଳୱେ ପକ୍ଷରୁ ପ୍ରାୟ ୯୫ ଟ୍ରେନ ବାତିଲ କରି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨,୩ ଓ ୪ ତାରିଖ ଅପ୍ ଏବଂ ଡାଉନ ଲାଇନରେ ଯିବାକୁ ଥିବା ଉକ୍ତ ଟ୍ରେନଗୁଡିକୁ ଗନ୍ତବ୍ୟସ୍ଥଳରୁ ହିଁ ବାତିଲ କରାଯିବାକୁ ସୂଚନା ମିଳିଛି।
ଆସନ୍ତା ୨ ତରିଖରୁ ଅପ ଲାଇନରେ ବନ୍ଦ ହେବାକୁ ଥିବା ଟ୍ରେନଗୁଡିକ ହେଲା ୧୨୫୦୮ ଏସସିଏଲ- ଟିଭିସି, ୧୮୪୭୮ ୱାଏନଆରକେ – ପୁରି, ୧୨୮୦୨ ଏନଡିଏଲଏସ୍- ପୁରି, ୧୫୬୪୪ କେୱାଇକ୍ୟୁ – ପୁରି, ୨୨୯୦୯ ବିଏଲ –ପୁରି। ସେହିପରି ୨ ତାରିଖ ଡାଉନ ଲାଇନରେ ବନ୍ଦ ହେବାକୁ ଥିବା ଟ୍ରେନଗୁଡିକ ହେଲା ୧୨୫୦୯ ବିଏନସି – ଗୌହାଟି, ୨୨୬୪୧ ଟିଭିସି – ଏସଏଚଏମ୍, ୧୫୯୦୫ କେପ୍ – ଦିବ୍ରୁଗଡ, ୧୨୮୪୪ ଏଡିଆଇ – ପୁରି। ସେହିପରି ୩ ତାରିଖ ଅପ ଲାଇନରେ ବାତିଲ ହେବାକୁ ଥିବା ଟ୍ରେନଗୁଡିକ ହେଲା ୧୮୪୧୭ ପୁରି – ଗୁଣପୁର, ୨୦୮୯୬ ଭୁବନେଶ୍ବର-ରାମେଶ୍ବରମ, ୧୨୭୦୩ ହାୱାଡା-ସିକନ୍ଦରବାଦ, ୧୨୨୪୫ ହାୱାଡା- ୟସୱନ୍ତପୁର, ୧୧୦୨୦ ଭୁବନେଶ୍ବର – ମୁମ୍ବାଇ, ୧୮୪୪୩ ଭୁବନେଶ୍ବର ପଲାସା, ୨୨୬୦୫ ପିଆରଆର- ଭିଏମ, ୧୭୪୭୯ ପୁରୀ – ତିରୁପତି, ୧୮୦୪୫ ହାୱାଡା – ହାଇଦ୍ରାବାଦ, ୧୨୮୪୧ ହାୱାଡା – ମାଡ୍ରାସ, ୨୨୮୧୭ ହାୱାଡା – ମହୀଶୂର, ୨୨୮୦୭ ଏସଆରସି- ମାଡ୍ରାସ, ୨୨୮୭୩ ଦିଘା – ବିଶାଖାପାଟଣା, ୧୨୮୬୩ ହାୱାଡା-ୟସୱନ୍ତପୁର, ୧୨୮୩୯ ହାୱାଡା – ମାଡ୍ରାସ, ୨୨୬୪୪ ପିଏନବିଇ – ଇଆରଏସ, ୧୭୨୪୪ ଆରଜିଡିଏ – ଜିଏନଟି, ୨୦୮୦୯ ଏସବିପି – ଏନଇଡି, ୧୮୫୧୭ କେଆରବିଏ – ବିଶାଖପାଟଣା, ୧୩୩୫୧ ଡିଏଚଏନ – ଏଏଲପି, ୧୨୮୮୯ ଟାଟା – ୟସୱନ୍ତପୁର, ୧୮୪୦୯ ହାୱାଡା –ପୁରୀ, ୨୨୨୦୧ ଏସଡିଏଏଚ-ପୁରୀ, ୧୨୮୯୫ ହାୱାଡା –ପୁରୀ, ୧୮୪୫୧ ଏଚଟିଇ – ପୁରୀ, ୧୨୮୩୭ ହାୱାଡା – ପୁରୀ, ୧୮୪୨୬ ଦୁର୍ଗ – ପୁରୀ, ୧୨୮୭୬ ଏଏନଭିଟି – ପୁରୀ, ୦୮୪୩୧ କଟକ –ପୁରୀ, ୧୮୧୦୫ ରାଉରକେଲା-ପୁରୀ, ୧୮୪୪୭ ଭୁବନେଶ୍ବର – ଜେଡିବି, ୨୦୮୩୭ ଭୁବନେଶ୍ବର – ଜେଏନଆରଡି, ୧୨୮୪୩ ପୁରୀ – ଏଡିଆଇ, ୧୮୪୨୩ ଭୁବନେଶ୍ବର-ଏନୱାଇଜିଟି। ସେହିପରି ୪ ତାରିଖ ବାତିଲ ହେବାକୁ ଥିବା ଡାଉନ ଟ୍ରେନଗୁଡ଼ିକ ହେଲା ୧୮୪୧୮ ଗୁଣପୁର – ପୁରୀ, ୧୨୮୦୭ ବିଶାଖାପାଟଣା-ଏନଜେଡଏମ, ୧୮୫୫୧ ବିଶାଖାପାଟଣା – କେଆରଡିଏଲ, ୨୨୨୦୨ ପୁରୀ- ଏସଡିଏଏଚ, ୧୫୬୪୩ ପୁରୀ – କେୱାକ୍ୟୁ, ୧୮୧୦୬ ପୁରୀ – ରାଉରକେଲା, ୦୮୪୩୨ ପୁରୀ – କଟକ, ୧୨୮୨୨ ପୁରୀ-ହାୱାଡା, ୧୨୮୧୫ ପୁରୀ – ଏଏନଭିଟି, ୨୨୯୪୭ ପୁରୀ –ଜିଆଇଏମବି, ୧୮୪୧୭ ପୁରୀ – ଗୁଣପୁର, ୧୮୪୨୪ ଏନୱାଜିଟି – ଭୁବନେଶ୍ବର, ୧୨୦୭୪ ଭୁବନେଶ୍ବର- ହାୱଡା, ୧୨୮୯୩ ଭୁବନେଶ୍ବର – ବଲାଙ୍ଗୀ, ୨୦୮୧୭ ଭୁବନେଶ୍ବର – ଏନଡିଏଲଏସ। ସେହିପରି ଅପ୍ ଲାଇନରେ ୪ ତାରିଖ ବାତିଲ ହେବାକୁ ଥିବା ଟ୍ରେନଗୁଡିକ ହେଲା ୧୮୪୬୩ ଭୁବନେଶ୍ବର –ଏସବିସି, ୨୨୮୧୯ ଭୁବନେଶ୍ବର- ବିଶାଖାପାଟଣା, ୧୭୦୧୫ ଭୁବନେଶ୍ବର-ସିକନ୍ଦରାବାଦ, ୧୮୬୩୭ ଏଚଟିଇ-ବିଏନସି, ୦୮୪୦୩ ଖୋର୍ଦ୍ଧା –ପୁରୀ, ୦୮୪୨୭ ଅନୁଗୁଳ –ପୁରୀ, ୧୮୪୧୮ ଗୁଣପୁର – ପୁରୀ, ୧୨୮୨୧ ହାୱାଡା – ପୁରୀ, ୦୮୪୩୧ କଟକ-ପୁରୀ (୩ ଏବଂ ୪ ତାରିଖ), ୧୮୦୧୫ ରାଉରକେଲା – ପୁରୀ (୩ ଏବଂ ୪ ତାରିଖ) ।