୩୧ ସ୍ୟାଟେଲାଇଟ ସହ ଇସ୍ରୋର ମହା ଉଡାଣ

ନୂଆଦିଲ୍ଲୀ, ୨୯/୧୧ : ଭାରତୀୟ ଅନ୍ତରିକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ନିଜର ପୋଲର ସେଟଲାଇଟ ଲଂଚ ଭେଇକଲ(ପିଏସଏଲବି) ସି-୪୩ ଦ୍ୱାରା ୩୧ ଟି ସ୍ୟାଟେଲାଇଟ ଉତକ୍ଷେପଣ କରିଛି । ଏହାକୁ ଆନ୍ଧ୍ରପ୍ରଦେଶର ଶ୍ରୀହରି କୋଟା ସ୍ଥିତ ସତୀଶ ଧବନ ଅନ୍ତରିକ୍ଷ କେନ୍ଦ୍ରଠାରୁ ଗୁରୁବାର ସକାଳ ୯ ଟା ୫୮ ମିନିଟରେ ଉତକ୍ଷେପଣ କରାଯାଇଛି । ଏଥିରେ ଭାରତର ହାଇପର ସ୍ପେକ୍‌ଟ୍ରାଲ୍‌ ଇମେଜିଂ ସ୍ୟାଟେଲାଇଟ୍‌ (ଏଚ୍‌ୱାଇଏସ୍‌ଆଇଏସ୍‌) ବ୍ୟତିତ ୮ ଟି ଦେଶର ୩୦ ଟି ଅନ୍ୟ ସ୍ୟାଟେଲାଇଟ ସାମିଲ ଅଛି ।
ଏହି ସ୍ୟାଟେଲାଇଟର ଉଚ୍ଚତା ୪୪.୪ ମିଟର ହୋଇଥିବା ବେଳେ ଏହାର ଓଜନ ୨୩୦ ଟନ୍‌ ରହିଛି ।
ପିଏସଏଲବି ସ୍ୟାଟେଲାଇଟ ସୂର୍ଯ୍ୟଙ୍କ କକ୍ଷରେ ୯୭.୯୫୭ ଡିଗ୍ରୀ ଆଣେଇ ହୋଇ ରହୁଥିବା ଭଳି ସ୍ଥାପିତ କରାଯିବ ଏବଂ ଏହା ୫ ବର୍ଷ ମହାକାଶରେ ରହିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଉଛି । ହାଇପର ସ୍ପେକ୍‌ଟ୍ରାଲ୍‌ ଇମେଜିଂ ସ୍ୟାଟେଲାଇଟ୍‌ର ପ୍ରାଥମିକ ଉଦେଶ୍ୟ ପୃଥିବୀର ଉପରି ଭାଗ ସହିତ ଇଲୋକଟ୍ରୋନିକ ସ୍ପେକଟ୍ରମରେ ଇନପ୍ରିଡ ଏବଂ ସର୍ଟ େୱଭ ଇନଫ୍ରେଡ ଅଂଚଳକୁ ଅନୁଧ୍ୟାନ କରିବ । ପିଏସଏଲବି ସହିତ ଯେଉଁ ୩୦ ଟି ସ୍ୟାଟେଲାଇଟ ଉତକ୍ଷେପଣ କରାଯାଇଛି ସେଥିମଧ୍ୟରେ ଗୋଟିଏ ମାଇକ୍ରୋ ଏବଂ ୨୯ ଟି ନାନୋ ସ୍ୟାଟେଲାଇଟ ରହିଛି । ୮ ଟି ଦେଶର ଏହି ସ୍ୟାଟେଲାଇଟଗୁଡିକ ମଧ୍ୟରେ କେବଳ ଆମେରିକାର ଗୋଟିଏ ମାଇକ୍ରୋ ଓ ୨୨ଟି ନାନୋ ସ୍ୟାଟେଲାଇଟ ରହିଛି । ଏହା ବ୍ୟତୀତ ଏଥିରେ ଅଷ୍ଟେଅଲିଆ, କାନାଡ଼ା, କଲମ୍ବିଆ, ଫିନ୍ଲ୍ୟାଣ୍ଡ, ମାଲେସିଆ, ନେଦରଲ୍ୟାଣ୍ଡର ଗୋଟିଏ ଗୋଟିଏ ସ୍ୟାଟେଲାଇଟ ସାମିଲ ଅଛି ।