ମୁମ୍ବାଇ, ୨୯/୧୧ : ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନ୍ସଙ୍କ ବିବାହକୁ ବାକି ରହିଲା ମାତ୍ର ୨ ଦିନ । ଦୁହିଁଙ୍କ ବିବାହର ପରମ୍ପରା ୨୮ ନଭେମ୍ବରରୁ ଆରମ୍ଭ ହୋଇଯାଇଛି । ଫ୍ୟାନ୍ସ ମଧ୍ୟ ଏହି ବିବାହକୁ ନେଇ ଖୁବ୍ ଉତ୍ସାହିତ ଥିବା ବେଳେ ସେମାନଙ୍କୁ ଆଶ୍ଚର୍ଯ୍ୟ କଲାଭଳି ଏକ ଖବର ସାମ୍ନାକୁ ଆସିଛି । ରଣବୀର ଦିପିକାଙ୍କ ଭଳି ପ୍ରିୟଙ୍କାଙ୍କ ବିବାହରେ ମଧ୍ୟ ମୋବାଇଲ ଫୋନକୁ ବାରଣ କରାଯାଇଛି ।
ସୁଚନା ଯୋଗ୍ୟ ଯେ, ଡିସେମ୍ବର ୨ ତାରିଖରେ ଦୁହେଁ ରାଜସ୍ତାନ ଜୋଧପୁରର ଉମେଦ୍ ଭବନଠରେ ବିବାହ କରିବେ । ୨ ଟି ରିତିନୀତି ଅନୁସାରେ ବିବାହ ଅନୁଷ୍ଠିତ ହେବ । ଡିସେମ୍ବର ୨ ତାରିଖରେ ହିନ୍ଦୁ ଓ ୩ ତାରିଖରେ ଖ୍ରୀଷ୍ଟିଆନ ପରମ୍ପରା ଅନୁସାରେ ବିବାହ ଅନୁଷ୍ଠିତ ହେବ । ବିବାହରେ ପରିବାର ସହ କିଛି ନିକଟତମ ବନ୍ଧୁ ହିଁ ସାମିଲ୍ ହେବେ । ପାଖାପାଖି ୮୦ ଜଣଙ୍କ ଉପସ୍ଥିତିରେ ଏହି ବିବାହ କାର୍ୟ୍ୟ ସମ୍ପନ୍ନ ହେବ ।
Prev Post
Next Post