ବନ୍ୟା ବନ୍ଧରେ ରାଜନଗରକୁ ବସ ଚଳାଚଳ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା,୨୧/୧୨ : କେନ୍ଦ୍ରାପଡା ଜିଲ୍ଲା ଉପକୂଳ ରାଜନଗର ଅଂଚଳକୁ 1980 ମସିହାରୁ ପଟ୍ଟାମୁଣ୍ଡାଇରୁ ବନ୍ୟା ବନ୍ଧ ଉପରେ ବସ ଯାତାୟତ କରୁଥିଲା ଯାହାନେଇ ଲୋକେ ସୁଦୂର ଯାତାୟତ କରିବାରେ ସୁଗମ ହେଉଥିଲା l କଲିକତା, ରାଉରକେଲା ଆଦି ଦୂରଦୂରାନ୍ତକୁ ଯିବା ଆସିବା ରେ ସମସ୍ୟା ନଥିଲା l କିନ୍ତୁ 2019 ମସିହାରୁ ସମ୍ପୃକ୍ତ ବନ୍ଧ ଉପର ଦେଇ ବସ ଚଳାଚଳ ପ୍ରଶାସନ ବନ୍ଦ ରଖିବାରୁ ଅଂଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏପରିକି କଲେଜ ଯାତାୟତ ନେଇ ସମସ୍ୟା ହେବାରୁ ଅଧିକାଂଶ ଝିଅ ପାଠ ପଢା ଛାଡିଲେଣି l ଆଉ କଟକ ଭୁବନେଶ୍ୱର ରେ ପଢ଼ୁଥିବା ଵା ବାହାରେ ରହି କମ କରୁଥିବା ଲୋକେ ଗାଡି ମଟର ସମସ୍ୟା ନେଇ ଗାଁ କୁ ଯିବାଆସିବା ଛାଡିଲେଣି l ସାଧାରଣରେ ଯିବାକୁ ହେଲେ ଯେଉଁ ଅଳ୍ପ କେତେଖଣ୍ଡ ବସ ଅନ୍ୟ ରୁଟ ଦେଇ ଯାତାୟତ କରୁଛନ୍ତି ତାହାବି ଯଥେଷ୍ଟ ହେଉନି l ଆଉ ଲୋକ ମାନଙ୍କୁ ବସ ପାଖକୁ ଯିବାକୁ ହେଲେ 15ରୁ 20କିଲୋମିଟର ଯିବାକୁ ପଡୁଛି l ବର୍ତ୍ତମାନ ରାଜନଗରକୁ ସନ୍ଧ୍ୟା ପରେ ବୁଲି ଆସୁଥିବା ବସ ନାହିଁ କହିଲେ ଚଳେ l ଆଖ ପାଖ, 40 ମୌଜାର ଲୋକେ ଯାଆସ ପାଇଁ ସେହି ବନ୍ୟାବନ୍ଧ କୁ ଆପଣେଇଥିଲେ l ମାତ୍ର ବର୍ତ୍ତମାନ ନାନାଦି ଅସୁବିଧାର ସମ୍ମୁଖୀନ ହୋଇ ଲୋକେ ବନ୍ୟା ବନ୍ଧ ଉପରେ ପଟ୍ଟାମୁଣ୍ଡାଇ ରୁ ରାଜନଗର ବସ ଚଳାଚଳ ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି l ଦାବିପୂରଣ ନହେଲେ ଜନତା ରାଜରାସ୍ତାକୁ ଓହ୍ଲlଇବେ ବୋଲି ଚେତାବନୀ ଦେଇଛନ୍ତି l