ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨,୪୭,୪୧୭ କରୋନା ପଜିଟିଭ୍

ନୂଆଦିଲ୍ଲୀ,୧୩/୧: ଦେଶରେ ପୁଣି କରୋନା ବିସ୍ଫୋରଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୪୭ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୮୦ ଜଣଙ୍କ ଜୀବନ ନେଇଛି ମହାମାରୀ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨,୪୭,୪୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା ୧୧,୧୭, ୫୩୧ ସକ୍ରିୟ ମାମଲା ରହିଛି । ସେହିଭଳି ଦୈନିକ ପଜିଟିଭିଟି ହାର ୧୩.୧୧ ପ୍ରତିଶତ ରହିଛି ।