ICUରେ ୧୦ରୁ ୧୨ ଦିନ ରହିବେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର

ନୂଆଦିଲ୍ଲୀ,୧୩/୧: ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର କରୋନା ପରେ ନିମୋନିଆରେ ପୀଡିତ ହୋଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ତୁରନ୍ତ ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କୁ ଆଇସିୟୁରେ ରଖାଯାଇଛି। ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଧିରେ ଧିରେ ସୁଧାର ଆସୁଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି ହେଲେ ତାଙ୍କୁ ଆହୁରି ୧୦ରୁ ୧୨ ଦିନ ଆଇସିୟୁରେ ରହିବେ ବୋଲି କୁହାଯାଉଛି ।

ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇ ପଡିଛନ୍ତି। ଲତା ମଙ୍ଗେସକରଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଭଗବାନଙ୍କ ନିକଟରେ ସେ କିଭଳି ସୁସ୍ଥ ହୋଇଯିବେ ସେଥିପାଇଁ ପ୍ରାର୍ଥନା କରୁଛନ୍ତି। ଏପରି ଟ୍ୱିଟର୍‌ରେ ଗେଟ୍‌ ୱେଲ୍‌ ସୁନ୍‌ ଲତା ଟ୍ରେଣ୍ଡ କରୁଛି। ଫ୍ୟାନ୍‌ଙ୍କ ବ୍ୟତୀତ ବଲିଉଡ ସେଲେବ୍ରିଟିମାନେ ମଧ୍ୟ ଲତା ମଙ୍ଗେସକଙ୍କ ସୁସ୍ଥ କମନା କରିଛନ୍ତି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପ୍ରତୀତ ସମଧାନୀ କହିଛନ୍ତି, ‘ଗାୟିକା ଲତା ମଙ୍ଗେସ୍‌କର ‘ଆଇସିୟୁ’ ୱାର୍ଡରେ ରହିବେ। ତାଙ୍କୁ ୧୦-୧୨ ଦିନ ନିରୀକ୍ଷଣରେ ରଖାଯିବ। କରୋନା ସହ ସେ ନିମୋନିଆରେ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ଏଥିପାଇଁ ତାଙ୍କ ଅବସ୍ଥା ଏବେ ସ୍ଥିର ରହିଛି।