ମହାକାଳପଡ଼ା,୧୩/୧: ରାଜ୍ୟରେ ସୁଶାସନ ନେଇ ଡିଣ୍ଡିମ ପିଟୁ ଥିବା ରାଜ୍ୟସରକାର ଙ୍କ ହୁଗୁଳା ଶାସନ ବ୍ୟବସ୍ଥା ଯୋଗୁ ଦିନକୁ ଦିନ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାକୁ ଲାଗିଛି l ମହିଳା ନିର୍ଯ୍ୟାତନା, ଲୁଟ ଭଳି ବିଭିନ୍ନ ଅପରାଧିକ ଘଟଣା ଘଟାଇ ଅପରାଧୀ ମାନେ ସାଧାରଣ ଜନତାଙ୍କ ଧନ ଓ ଜୀବନକୁ ସଂକଟରେ ପକାଉଛନ୍ତି l ଦୀର୍ଘ ଦିନ ଓଡ଼ିଶାରେ ରାଜୁତି କରୁଥିବା ଶାସକ ଦଳ ଏଥିପ୍ରତି ଭୃକ୍ଷେପ କରୁନଥିବରୀ ସାମାଜିକ ବିଶୃଙ୍ଖଳା ଓ ବିଘଟନ ବୃଦ୍ଧି ପାଉଛି l ଯେପରି କେନ୍ଦ୍ରାପଡା ଜିଲ୍ଲା ର ବିଭିନ୍ନ ଅଂଚଳର ସାଧାରଣ ପଦଚାରୀ, ବ୍ୟବସାୟୀ ଅଧିକାଂଶ ସମୟରେ କଳାପଲସର ଲୁଟେରାଙ୍କ ଆତଙ୍କ ର ଶିକାର ହୋଇଛନ୍ତି l
ସମାନଭାବେ ବୁଧବାର ଦିନ ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳ ରାମନଗର ବଜାରସ୍ଥ ଘୋଷ ଜୁଏଲାରୀ ମାଲିକ ରାତ୍ରି ୯ ଘଂଟିକା ସମୟରେ ଘରକୁ ଫେରିବା ବାଟରେ କଳାପଲସର ଲୁଟେରାଙ୍କ ଆତଙ୍କ ର ଶିକାର ହୋଇଛନ୍ତି l.ଗହଣା ଦୋକାନୀ ବଜାରରୁ ସ୍କୁଟି ଧରି ଘରକୁ ଫେରିବା ବେଳେ ଦୁଇ ଅଜଣା ଲୋକ କଳାପଲସର ରେ ଫଲୋ କରି ସତସଙ୍ଗ ମନ୍ଦିର ଛକ ନିକଟରେ ମରଣାସ୍ତ୍ର ରେ ଆକ୍ରମଣ କରିଥିଲେ l ଆଘାତ ଫଳରେ ସ୍କୁଟି ଚାଳକ ପଡିଯିବାରୁ ୫oo ଗ୍ରାମରୁ ଅଧିକ ଓଜନର ସୁନାଅଳଙ୍କାର ଥିବା ବ୍ୟାଗଟିକୁ ଧରି ଲୁଟେରା ଛୁ ମାରିଛନ୍ତି l ଘଟଣା ବିଷୟରେ ଜମ୍ବୁ ପୋଲିସ ତତକ୍ଷଣାତ ଘଟଣା ସ୍ଥଳରେ ପହଂଚି ବ୍ୟବହୃତ ମରଣାସ୍ତ୍ର ଜବତ କରିବା ସହିତ ଅନୁସନ୍ଧାନ ଜାରିରଖିଛି l ଗହଣା ଦୋକାନି ଦୋକାନ ଲକର କୁ ଅସୁରକ୍ଷିତ ମଣି ଘରକୁ ଅଳଙ୍କାର ନେଉଥିଲେ ନା ଘଟଣା ପଛରେ ଅନ୍ୟ କିଛି ରହସ୍ୟ ଅନlବୃତ ରହିଛି ଯାହାକି ଆଗାମୀ ଦିନରେ ଜଣାପଡିବ l