ବଜେଟ୍ -୨୦୧୨ : ବଜେଟ୍‌ରେ ଅର୍ଥ ମନ୍ତ୍ରୀ ନିର୍ମଳାଙ୍କ ବଡ ଘୋଷଣା

ନୂଆଦିଲ୍ଲୀ,୧/୨: ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ରେ ବିଶେଷ କରି ମହିଳା, କୃଷକ, ଦଳିତ ଏବଂ ଯୁବ ବର୍ଗଙ୍କ ପ୍ରତି ଧ୍ୟାନ କେନ୍ଦ୍ରିତ କରାଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି, ଆମର ଲକ୍ଷ୍ୟ ସମସ୍ତଙ୍କ ସର୍ବାଙ୍ଗୀନ ବିକାଶ। ଆସନ୍ତୁ ଜାଣିବା ବଜେଟ୍‌ରେ ହୋଇଥିବା ବଡ ଘୋଷଣା ବିଷୟରେ…

୧ – ଯୁବକଙ୍କୁ ମିଳିବ ୬୦ ଲକ୍ଷ ନିଯୁକ୍ତି।

୨ – ଆଗାମୀ ୩ ବର୍ଷରେ ୪୦୦ ନୂତନ ପିଢିର ବନ୍ଦେ ଭାରତ ଟ୍ରେନ ଗଡିବ।

୩ – ୩ ବର୍ଷରେ ୧୦୦ ପିଏମ ଗତି ଶକ୍ତି କାର୍ଗୋ ଟର୍ମିନାଲ ବିକଶିତ କରାଯିବ।

୪ – ୧.୫ ଲକ୍ଷ ପୋଷ୍ଟ ଅଫିସ୍‌କୁ ବ୍ୟାଙ୍କିଂ ସିଷ୍ଟମ ସହ ଯୋଡାଯିବ। ଯାହା ଫଳରେ ପୋଷ୍ଟ ଅଫିସ୍‌ରେ ମଧ୍ୟ ଅନଲାଇନ୍ ନେଣଦେଣ ହୋଇ ପାରିବ।

୫ – ୨୦୨୨-୨୩ରେ ୮୦ ଲକ୍ଷ ନୂତନ ପକ୍କା ଘର ନିର୍ମାଣ କରାଯିବ।

୬- ଦେଶରେ ଏକ ଡିଜିଟାଲ ବିଶ୍ଵ ବିଦ୍ୟାଳୟ ନିର୍ମାଣ କରାଯିବ।

୭ – ୨୫ ହଜାର କିଲୋମିଟରର ଜାତୀୟ ରାଜପଥ ୨୦ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ।

୮ – ଦେଶରେ ୫ ବଡ ନଦୀକୁ ସଂଯୋଗ କରିବା ପାଇଁ ଜଳ ସମ୍ବଳ ବିକାଶ ମନ୍ତ୍ରଣାଳୟ ସାହାଯ୍ୟରେ କାର୍ଯ୍ୟ କରାଯିବ।

୯ – ୭୫ ଜିଲ୍ଲାରେ ଡିଜିଟାଲ୍ ବ୍ୟାଙ୍କିଂ ଆରମ୍ଭ କରାଯିବ।

୧୦ – ୨୦୨୨-୨୩ରେ ଇ-ପାସପୋର୍ଟ ଲାଗୁ ହେବ।

୧୧ – ସହରାଞ୍ଚଳ ବିକାଶ ପାଇଁ ସେଣ୍ଟର ଅଫିସ ଏକ୍ସିଲେନ୍ସ ସ୍ଥାପନ କରାଯିବ।

୧୨ – ଓ୍ଵାନ ନେସନ, ଓ୍ଵାନ ରେଜିଷ୍ଟ୍ରେସନ ଯୋଜନା ଆରମ୍ଭ ହେବ। ଏଥିରେ ବ୍ୟବସାୟ କରିବାରେ ସହଜ ହେବ।

୧୩ – ଇଲେକ୍ଟ୍ରିକ ଯାନ ଇକୋସିଷ୍ଟମକୁ ପ୍ରୋତ୍ସାହନ ଦେବା ପାଇଁ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହିତ କରାଯିବ।