ପ୍ରତ୍ୟେକ ବ୍ୟକ୍ତିଙ୍କ ଘରେ ପାନ ମଧୁରୀ ତ ନିଶ୍ଚୟ ଥିବ । ସାଧାରଣତ ଲୋକମାନେ ପାଟିରେ ପାନମଧୁରୀ ଚୋବାଇବା କିମ୍ବା ଖାଇବାକୁ ପସନ୍ଦ କରନ୍ତି । କହିବାକୁ ଗଲେ ଏହାର ଅନେକ ଉପକାରିତା ଅଛି । ଏହାର ବ୍ୟବହାର କରିବା ଦ୍ବାରା କଠିନ ରକ୍ତଚାପକୁ ହ୍ରାସ କରିଥାଏ, ଏହା ଆଖିଦୃଷ୍ଟି ଏବଂ ହଜମ ପ୍ରକ୍ରିୟାକୁ ମଧ୍ୟ ଠିକ୍ ରଖେ। ଏହା ବ୍ୟତୀତ ପ୍ରଦୂଷଣ କାରଣରୁ ଅନେକ ଚର୍ମ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଏହା ସହିତ ଭିଟାମିନ୍ କେ, ସି, ଏ, ପି, ପୋଟାସିୟମ୍, ଫସଫରସ୍ ଭଳି ଅନେକ ପୁଷ୍ଟିକର ଉପାଦାନ ମଧ୍ୟ ପାନ ମଧୁରୀରୁ ମିଳିଥାଏ । ଏହା ସହିତ ପାନମଧୁରୀର ପାଣି ପିଇବା ଦ୍ୱାରା ମଧ୍ୟ ଅନେକ ଫାଇଦା ହୋଇଥାଏ । ତେବେ ଚାଲନ୍ତୁ ଜାଣିବା କେଉଁ ଉପାୟରେ ଆପଣ ଏହାକୁ ଖାଇ ପାରିବେ ଏବଂ ସୁସ୍ଥ ରହିପାରିବେ।
ହଜମ ପ୍ରକ୍ରିୟା : ଯଦି ଆପଣ ଖାଲି ପେଟରେ ପାନ ମଧୁରୀ ପାଣି ପିଉଛନ୍ତି, ତେବେ ଏହା ଆପଣଙ୍କ ହଜମ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବ। ଏଥିରେ ଏନେଟୋଲ, ଏଷ୍ଟ୍ରୋ ଗୋଲ୍ ଭଳି ଅତ୍ୟାବଶ୍ୟକ ତେଲ ରହିଥାଏ। ଯାହା ପେଟରେ ହେଉଥିବା ଗ୍ୟାସ୍, କୋଷ୍ଠ କାଠିନ୍ୟ କିମ୍ବା ଫୁଲିବା ସମସ୍ୟାରୁ ମୁକ୍ତି ଦେଇଥାଏ।
ଓଜନ ହ୍ରାସ : ବର୍ତ୍ତମାନ ଅଧିକାଂଶ ଲୋକ ଓଜନ ହ୍ରାସ କରିବାରେ ଲାଗିପଡିଛନ୍ତି । ଏପରି ପରିସ୍ଥିତିରେ ପାନମଧୁରୀ ପାଣି ପିଇବା ଦ୍ବାରା ତାହା ଶରୀର ଉପରେ ଭଲ ପ୍ରଭାବ ଦେଇଥାଏ । ଏହା ବ୍ୟତୀତ ତାହାକୁ ଖାଲି ପେଟରେ ଖାଇବା ଦ୍ୱାରା ଶରୀରକୁ ଡିଟକ୍ସ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଭରପୂର ମାତ୍ରାରେ ଫାଇବର ରହିଥାଏ । ଏହାକୁ ଖାଇବା ଦ୍ବାରା ଖାଦ୍ୟ ସହଜରେ ହଜମ ହୁଏ ଏବଂ ଭୋକ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଗେ ନାହିଁ ।
ଆଖି ପାଇଁ : ପାନମଧୁରୀ ପାଣି ଆଖି ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ଏଥିରେ ଭିଟାମିନ୍ ଏ ରହିଥାଏ । ଯାହା ଆଖି ପାଇଁ ବହୁତ ସହାୟକ ହୋଇଥାଏ । ଏହା ସହିତ ପାନମଧୁରୀରେ ଆଣ୍ଟି-ଇନ୍ଫ୍ଲାମେଟରୀ ଗୁଣ ମଧ୍ୟ ମିଳିଥାଏ। ଯାହା ଆଖିରେ ଫୁଲା କିମ୍ବା ପୋଡିବା ପରି ଅନେକ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ ।
ଉଚ୍ଚ ରକ୍ତଚାପ : ପାନ ମଧୁରୀ ପାଣିରେ ପୋଟାସିୟମ ଅଧିକ ମାତ୍ରାରେ ଥାଏ । ଯାହା ଉଚ୍ଚ ରକ୍ତଚାପର ଲକ୍ଷଣ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ହୃଦୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏଥିରେ କୋଲେଷ୍ଟ୍ରଲ୍ର ବିପଦକୁ ମଧ୍ୟ ହ୍ରାସ କରିଥାଏ । ପାନ ମଧୁରୀ ପାଣି ପିଇବାର ଲାଭ ରହିଛି। କିନ୍ତୁ ଯଦି ଆପଣ ଏହାକୁ ଆବଶ୍ୟକ ଠାରୁ ଅଧିକ ଖାଆନ୍ତି, ତେବେ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତି ହୋଇପାରେ । ଏହା ବ୍ୟତୀତ ଅନେକ ଲୋକଙ୍କର ଆଲର୍ଜି ସମସ୍ୟା ମଧ୍ୟ ହୋଇପାରେ । ଏଭଳି ପରିସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ନେବା ପରେ ପାନ ମଧୁରୀ ପାଣି ପିଅନ୍ତୁ।