ଆଜିର ରାଶିଫଳ (ଗୁରୁବାର)

ତା : ୩୧ / ୩ /୨୦୨୨

ମେଷ : ଆଧ୍ୟାତ୍ମିକ କାମରୁ ଆଜିର ଦିନଟି ଆରମ୍ଭ ହେବ । ଆପଣଙ୍କୁ ଟିକେ ଅଧିକ ପରିଶ୍ରମ କରିବାକୁ ପଡିପାରେ । ଭେଦ ନୀତି ଗ୍ରହଣ କରିପାରନ୍ତି । ଚତୁର ଓ ଧନଯୁକ୍ତ ହେବେ । କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

ବୃଷ : କାର୍ଯ୍ୟରେ ସଫଳତା ଲାଭ କରିବେ । ଆଗକୁ ସରକାରୀ ସ୍ତରରେ ବିଶେଷ ଲାଭବାନ୍ ହେବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ସରକାରୀ ସ୍ତରରୁ ଲାଭବାନ୍ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

ମିଥୁନ : କର୍ମକ୍ଷେତ୍ରରେ ବନ୍ଧୁଙ୍କର ସହ ଯୋଗ ପାଇବେ । ଶାନ୍ତ, ନିପୁଣ ଓ ମେଧାବୀ ହେବେ । ବିଦ୍ୱାନ୍‌, ଜିତେନ୍ଦ୍ରିୟ ଓ ଦୟାଳୁ ସ୍ୱଭାବର ହୋଇପାରନ୍ତି, ମାତ୍ର ଧନହୀନ ହେବା ଆଶା କରାଯାଏ । କାର୍ଯ୍ୟ ପ୍ରତି ଅନାଗ୍ରହୀ ହୋଇପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

ର୍କକଟ : ନିଜର ମେଳାପୀ ସ୍ୱାଭାବ ଯୋଗୁ ଆଜି ଆପଣ ସମସ୍ତଙ୍କର ପ୍ରିୟ ରହିବେ । ଦିନଟି ଆପଣଙ୍କ ସହ ଖୁବ୍ ଶୁଭଙ୍କର । ସାତ୍ତ୍ୱିକ ଭୋଜନ ମିଳିବ । ସରକାରୀ କିମ୍ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।

ସିଂହ : ଆପଣ ବେଶ୍ ପ୍ରଶଂସିତ ହେବେ । ଗୁରୁଜନ ଓ ସାଧୁ ସନ୍ଥଙ୍କ ସେବା କରିବାର ସୁଯୋଗ ପାଇପାରନ୍ତି । ବିପଦ ଦୁର ହେବ, ମାତ୍ର କାର୍ଯ୍ୟରେ ସଫଳତା ମିଳିବା କଷ୍ଟସାଧ୍ୟ ହେବ । ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।

କନ୍ୟା : ବ୍ୟବସାୟରେ ଲାଭ ହେବାର ଯୋଗ ଦେଖା ଯାଉଛି । ସ୍ୱାଧୀନ ଭାବରେ କାର୍ଯ୍ୟ ସମ୍ପାଦନ କରିବାରେ ସକ୍ଷମ ହେବେ । ସର୍ବଦା ସମୃଦ୍ଧ ରହିବେ । ନିଧିପ୍ରାପ୍ତ ହୋଇପାରନ୍ତି । ସୁହୃଦଙ୍କ ସମର୍ଥନ ପାଇ ପ୍ରଫୁଲ୍ଲିତ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।

ତୁଳା : ଆଜି ଆପଣଙ୍କ ଦିନଟି ଶୁଭପ୍ରଦ । ବ୍ୟବସାୟରେ କ୍ଷତି ଦେଖା ଦେବ । ସୁଖ-ସମ୍ମାନ ଲାଭ କରିବେ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । କର୍ମକ୍ଷତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।

ବିଛା : ଛାତ୍ରଛାତ୍ରୀମାନେ ସଫଳତା ପ୍ରାପ୍ତି କରିବେ । ମହିଳାମାନେ ଧର୍ମ ପରାୟଣା ହେବେ । ସନ୍‌-ମାର୍ଗୀ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ । ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

ଧନୁ : ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଦିନଟି ସୌଭାଗ୍ୟପ୍ରଦ ହେବ । ଶାରିରୀକ ଅସୁସ୍ଥତା ଦୁର ହେବ । ଶତ୍ରୁଘାତୀ ହୋଇପାରନ୍ତି । ସତ୍ୟବାଦୀ ହେବେ । ସୁଗୁଣ ସମ୍ପନ୍ନ ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।

ମକର : ମାନସିକ ଚିନ୍ତା ଦୁର ହେବ । ପତିପତ୍ନିଙ୍କ ମଧ୍ୟରେ ସହ ଯୋଗ ବୃଦ୍ଧି ପାଇବେ । ମହିଳାମାନେ ଚିନ୍ତାଶିଳ ହେବେ । ସୁଖକର ଘଟଣାମାନ ଘଟିବ । କର୍ମରେ ସଫଳତା ମିଳିବ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

କୁମ୍ଭ : ମାନସିକ ଅସ୍ଥିରତା ଓ ପାରିବାରିକ ସମସ୍ୟା ଦୁର ହେବ । ଆପଣଙ୍କ ଇଚ୍ଛା ଓ ବରାଦରେ କାର୍ଯ୍ୟ ହେବ । ଭ୍ରମଣ ଯୋଗ ଅଛି । ଅଜାତ ଶତ୍ରୁ ହେବେ । ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।

ମୀନ : ଛାତ୍ରଛାତ୍ରୀମାନେ ବିଦ୍ୟାକ୍ଷେତ୍ରରେ ସମ୍ମାନୀତ ହେବେ । କାର୍ଯ୍ୟରେ ଆଗ୍ରହୀ ହେବେ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ସମାଚାର ପାଇ ଆଶ୍ୱସ୍ତ ହେବେ । ବିତ୍ତବାନ୍ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।