ଅଯୋଧ୍ୟା,୧/୪ : ଯୋଗୀ ଆଦିତ୍ୟନାଥଙ୍କ ଆଜି ବଡ଼ ଘୋଷଣା କରିଛନ୍ତି ଯେ, ଉତ୍ତରପ୍ରଦେଶରେ ଥିବା ସମସ୍ତ ମଠ, ମନ୍ଦିର ଓ ଧର୍ମଶାଳାକୁ ଆଉ ଗୃହକର, ଜଳ କର ଦେବାକୁ ପଡ଼ିବ ନାହିଁ। ଏହି ସବୁ ଧାର୍ମିକ ଅନୁଷ୍ଠାନକୁ ଏବେ ଯୋଗୀ ସରକାର ଟ୍ୟାକ୍ସ ଫ୍ରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ଥର ଅଯୋଧ୍ୟରେ ପହଞ୍ଚି ଏପରି ଘୋଷଣା କରିଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅଯୋଧ୍ୟାରେ ମଣ୍ଡଳୀୟ ସମୀକ୍ଷା ବୈଠକରେ ମଧ୍ୟ ଭାଗ ନେଇଛନ୍ତି ।