ମେଷ : ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ । ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପାଖ ପଡୋଶୀ କେହି ପ୍ରତିବାଦର ସ୍ୱର ଉଠାଇ ପାରନ୍ତି । ସକାଳୁ ସକାଳୁ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।
ବୃଷ : ସାମୟିକ ଭାବେ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ । କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।
ମିଥୁନ : ଧାର କରଜ କରି ପାରିବାରିକ ଆବଶ୍ୟକତା ଚଳାଇ ନେବେ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇପାରନ୍ତି । ବନ୍ଧୁମାନଙ୍କର ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।
କର୍କଟ : ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ ସବୁ କିଛି ଠିକ୍ ହୋଇଯିବ । କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ହୋଇପାରନ୍ତି । ସନ୍ଦେହ କରି ନିଜ ଲୋକମାନଙ୍କ ଭୁଲ୍କୁ ଦେଖିପାରିବେ ନାହିଁ । ନିଜ ପରିସରରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହାତ ହୋଇପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।
ସିଂହ : ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି । ଦୀର୍ଘ ଦିନରୁ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।
କନ୍ୟା : ଆଜି ଦିନଟି ଘର କାମ ସାଙ୍ଗକୁ ଅଫିସ କାମର ଜଞ୍ଜାଳ ବଳିଯିବ । ପୁରାତନ ରୋଗର ପୀଡା ଅନୁଭବ ହୋଇପାରେ । ହଠାତ୍ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ଭାବପ୍ରବଣତା ବଶତଃ ଓଲଟା କଥାବାର୍ତ୍ତା କରି ଅପଦସ୍ଥ ହୋଇପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ ।
ତୁଳା : କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଜୁଦ୍ଖୋର ମନୋଭାବ ତ୍ୟାଗ କଲେ କେତେକାଂଶରେ ଉପକୃତ ହେବେ । ଆଜି ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ । ସ୍ଥାନାନ୍ତର ଚିନ୍ତାରେ ମାନସିକ ସ୍ଥିତି ଭଲ ରହି ନ ପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।
ବିଛା : ପ୍ରତିଟି ସମୟରେ ନୀଚ ସଂସର୍ଗରୁ ଦୂରେଇ ରହନ୍ତୁ । ଆଲୋଚନା ଦ୍ୱାରା ପାରିବାରିକ ସମସ୍ୟାର ସରଳ ସମାଧାନ ହୋଇଯିବ । ଭାବୁଥିବା କାମଟିକୁ ଶେଷ କରିପାରିବେନି । କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ ।
ଧନୁ : ଆଜିର ନୁତନ କର୍ମାରମ୍ଭ ପ୍ରୀତିପଦ ହେବ । ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ । ସାଧାରଣ କଥାରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ । ଭୁଲ୍ ବୁଝାମଣା କାରଣରୁ ସ୍ତ୍ରୀ ଙ୍କ ସହ ମତପାର୍ଥକ୍ୟ ଦେଖା ଦେଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।
ମକର : କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ । ଆଶାନୁଯାୟୀ ଅର୍ଥ ସାହାର୍ଯ୍ୟ ପାଇବେ । ହଠାତ୍ କୌଣସି ଖବର ପାଇ ଖୁସି ହେବେ । ରଚନାତ୍ମକ କାର୍ଯ୍ୟ କିମ୍ବା ଅଧ୍ୟୟନରେ ଏକାଗ୍ରତା ଆଣିପାରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।
କୁମ୍ଭ : ନେତୃସ୍ଥାନୀୟ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ । ବନ୍ଧୁ ଅସୁବିଧାରେ ପକାଇପାରନ୍ତି । ଚିନ୍ତା କରୁଥିବା କଥାଟି ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ । ଜମିଜମା ବାଦବିବାଦ କ୍ରମେ ଜଟିଳ ହେବ ଓ ସଫଳତା ହାସଲ କରିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।
ମୀନ : କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ । ଖଳ ଲୋକଙ୍କ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପଡୋଶୀଙ୍କ ସହ ମଧୁର ଆଳାପରେ ମାତି ରହିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୪ ।