ଲାଲ୍‌ ଅଙ୍ଗୁର ସ୍ବାସ୍ଥ୍ୟ ସହ ତ୍ବଚା ପାଇଁ ହୋଇଥାଏ ଖୁବ୍‌ ଲାଭକାରୀ, ଜାଣନ୍ତୁ ଏହାର ଉପକାର

ନାଲି ଅଙ୍ଗୁର ଖାଇବା ଦ୍ବାରା ଶରୀରକୁ ଅନେକ ଉପକାର ମିଳିଥାଏ । ବିଶେଷ କରି ଏହା ଚେହେରା ପାଇଁ ଅଧିକ ଲାଭଦାୟକ ହୋଇଥାଏ। ସୁସ୍ଥ ଖାଦ୍ୟ ଖାଇବା ଦ୍ବାରା ତ୍ବଚାକୁ ଚମକ ଆଣିଥାଏ । ତ୍ବଚାକୁ ଚମକାଇବା ଏବଂ ଉଜ୍ବଳ ପାଇଁ ଅଙ୍ଗୁର ଅତ୍ୟନ୍ତ ଲାଭଦାୟକ । ଏପରି ପରିସ୍ଥିତିରେ, ଆପଣ ନିଜ ଖାଦ୍ୟରେ ନାଲି ଅଙ୍ଗୁରକୁ ସାମିଲ୍‌ ନିହାତି ଆବଶ୍ୟକ । ଯାହା ଖାଇବା ଦ୍ଵାରା ଚେହେରାରେ ଥିବା ଦାଗକୁ ସମ୍ପୂର୍ଣ୍ଣ ରୂପେ ସଫା କରିଥାଏ । ନାଲି ଅଙ୍ଗୁର ବ୍ୟବହାର କରିବାର ଅନେକ ଉପାୟ ଅଛି । ଯଦି ଆପଣ ଚାହାଁନ୍ତି, ତେବେ ଏହାକୁ ନିଜ ଖାଦ୍ୟରେ ନେଇ ଖାଇପାରିବେ କିମ୍ବା ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ମୁହଁରେ ଲଗାଇ ପାରିବେ।

ନାଲି ଅଙ୍ଗୁରର ଉପକାର :

– ଅକ୍ସିଡେଟିଭ୍ ଷ୍ଟ୍ରେସ୍‌ ବା ଅତ୍ୟଧିକ ଚାପ ଚର୍ମ ରୋଗର କାରଣ ହୋଇପାରେ। ତେଣୁ ଲାଲ୍ ଅଙ୍ଗୁର ଏଥିରେ ବହୁତ ଉପକାରୀ । ଅମ୍ଳଜାନ ଚାପକୁ କମାଇବାରେ ଲାଲ୍ ଅଙ୍ଗୁର ବହୁତ ସହାୟକ ହୋଇଥାଏ ।

– ନାଲି ଅଙ୍ଗୁରରେ ଭିଟାମିନ୍ ସି ଭରପୂର ମାତ୍ରାରେ ରହିଥାଏ । ଭିଟାମିନ୍-ସି ଚର୍ମକୁ ସୁନ୍ଦର କରିଥାଏ ।

– ଚର୍ମରେ ଥିବା ଦାଗ ଏବଂ ବ୍ରଣକୁ ଭଲ କରିବାରେ ଲାଲ୍ ଅଙ୍ଗୁର ମଧ୍ୟ ସହାୟକ ହୋଇଥାଏ ।

– ନାଲି ଅଙ୍ଗୁରରେ ରେସଭାଟ୍ରୋଲ୍ ଥାଏ, ଯାହା ବାର୍ଦ୍ଧକ୍ୟର ଲକ୍ଷଣ ତଥା ବୟସ ବଢୁଥିବା ଲକ୍ଷଣକୁ ହ୍ରାସ କରିଥାଏ । ରେସଭାଟ୍ରୋଲ୍ ଏକ ଆଣ୍ଟିଅକ୍ସିଡାଣ୍ଟ, ଯାହା ସୁସ୍ଥ ଚର୍ମକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ ।

– ଲାଲ୍ ଅଙ୍ଗୁରରେ ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟିଭାଇରାଲ୍‌ର ଗୁଣ ମଧ୍ୟ ରହିଥାଏ । ଏହି ଗୁଡିକ ଚର୍ମ ସଂକ୍ରମଣରୁ ରକ୍ଷା କରିଥାଏ ।