ଅଜବ ପରମ୍ପରା : ପରିବାରରେ କୌଣସି ସଦସ୍ୟଙ୍କ ମୃତ୍ୟୁ ହେଲେ, କଟା ହୋଇଥାଏ ମହିଳାଙ୍କ ଆଙ୍ଗୁଠି

ଦୁନିଆରେ ଅନେକ ଅଦ୍ଭୁତ ରୀତିନୀତି ଏବଂ ପରମ୍ପରା ଅଛି । ଯାହା ଜାଣିବା ପରେ ଆମେ ବହୁତ ଆଶ୍ଚର୍ଯ୍ୟ ହୋଇଯାଉ । ଭାରତ ସମେତ ଏପରି ଅନେକ ଦେଶ ଅଛନ୍ତି, ଯେଉଁମାନେ ସେମାନଙ୍କର ପରମ୍ପରା ଛାଡିବାକୁ ଚାହାଁନ୍ତି ନାହିଁ । ତଥାପି, ଏପରି କିଛି ପରମ୍ପରା ଅଛି, ଯାହାକୁ ସେହି ନିଷିଦ୍ଧାଦେଶ ବି ହୋଇଛି । ଆପଣ ଶୁଣିଲେ ଆଶ୍ଚର୍ଯହେବେ ରି ପରିବାର ସଦସ୍ୟଙ୍କ ମୃତ୍ୟୁ ହେଲେ ମହିଳାମାନଙ୍କର କଟାଯାଇଥାଏ ଆଙ୍ଗୁଠି ।

ଯାହାକି ଅତି ବିପଜ୍ଜନକ ପରମ୍ପରା ବୋଲି ଚର୍ଚ୍ଚା ହୋଇଥାଏ । ଏହି ରୀତିନୀତି ଅତ୍ୟନ୍ତ ଚକିତକର । ସୂଚନାଥାଉକି, ଏଠାରେ ଯାହାର କେହି ତାଙ୍କ ପରିବାରର ସଦସ୍ୟଙ୍କୁ ହରାନ୍ତି । ସେ ଭାବପ୍ରବଣ ଓ ଅତ୍ୟନ୍ତ ଦୁଃଖର ସମୟ ଦେଇ ଗତି କରନ୍ତି । କିନ୍ତୁ ଇଣ୍ଡୋନେସିଆର ଏକ ଜନଜାତି ଆହୁରି ଅଧିକ ଯନ୍ତ୍ରଣା ଦେଇ ଗତି କରନ୍ତି ଯେତେବେଳେ ସେହି ଘରର ମହିଳାମାନଙ୍କୁ ଆଙ୍ଗୁଳି କାଟିବାକୁ ପଡିଥାଏ ।

ଗଣମାଧ୍ୟମ ସୂଚନା ଅନୁଯାୟୀ, ଦାନି ଜନଜାତିର ମହିଳାମାନଙ୍କୁ ଭାବପ୍ରବଣ ଯନ୍ତ୍ରଣା ବ୍ୟତୀତ ଶାରୀରିକ ଯନ୍ତ୍ରଣା ମଧ୍ୟ ସାମ୍ନା କରିବାକୁ ପଡିଥାଏ । ଯେତେବେଳେ ସେମାନଙ୍କର ପ୍ରିୟଜନଙ୍କ ମୃତ୍ୟୁ ହୁଏ, ଏହି ଇଣ୍ଡୋନେସିଆ ଜନଜାତିର ମହିଳା ସଦସ୍ୟମାନେ ସେମାନଙ୍କର ଆଙ୍ଗୁଠିର ଉପର ଅର୍ଦ୍ଧ ଭାଗକୁ କାଟି ଦିଅନ୍ତି । ବିଶ୍ୱାସ କରାଯାଏ ଯେ ଆଙ୍ଗୁଠି କାଟିବା ଦ୍ୱାରା ଆତ୍ମା ମୃତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିଯାଏ ।

ଏହା ମଧ୍ୟ ଶୋକର ଯନ୍ତ୍ରଣା ଅଟେ । କେବଳ ଏତିକି ନୁହେଁ, କିଛି ପିଲାଙ୍କ ଆଙ୍ଗୁଠିକୁ ସେମାନଙ୍କ ମା କାଟି ଦିଏ । ଏହି ପ୍ରଥାକୁ ଇକିପାଲିନ୍ କୁହାଯାଏ । ଆଙ୍ଗୁଠି କଟାଯିବା ଏହି ଅସାଧାରଣ ଅଭ୍ୟାସକୁ ଇଣ୍ଡୋନେସିଆ ସରକାର କିଛି ବର୍ଷ ପୂର୍ବେ ନିଷିଦ୍ଧ କରିଥିଲେ । ହେଲେ ଏବେବି ଅନେକ ସ୍ଥାନରେ ଗୁପ୍ତ ଭାବେ ଏହି ପ୍ରଥା ଚାଲୁ ରହିଛି ।