ବିନା ଅନୁମତିରେ କୌଣସି ଧାର୍ମିକ ରାଲି ବାହାରିପାରିବ ନାହିଁ : ଯୋଗୀ ଆଦିତ୍ୟ ନାଥ

ନୂଆଦିଲ୍ଲୀ,୧୯/୪ : ଦିଲ୍ଲୀ ହିଂସା ପରେ ଉତ୍ତର ପ୍ରଦେଶରେ ବିନା ଅନୁମତିରେ କୌଣସି ଧାର୍ମିକ ରାଲି ବାହାରିପାରିବ ନାହିଁ ବୋଲି ଯୋଗୀ ଆଦିତ୍ୟ ନାଥ ନିର୍ଦ୍ଦେଶ ଦେଇଛନ୍ତି।ସୋମବାର ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରିବା ପରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ଯୋଗୀ ଆଦିତ୍ୟ ନାଥ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “କୌଣସି ଶୋଭାଯାତ୍ରା ଓ ଧାର୍ମିକ ଜୁଲୁସ ବିନା ଅନୁମତିରେ ବାହାରିପାରିବ ନାହିଁ। ଅନୁମତି ଦେବା ପୂର୍ବରୁ ଆୟୋଜକଙ୍କ ଠାରୁ ଶାନ୍ତି ଓ ଶୌହାର୍ଦ୍ଦ୍ୟ କାଏମ ରଖିବାକୁ ଶପଥ ପତ୍ର ନିଆଯିବ। ତେବେ ଯେଉଁ ଶୋଭାଯାତ୍ରା ପାରମ୍ପରିକ ହୋଇଥିବ କେବଳ ସେଇଗୁଡ଼ିକୁ ଅନୁମତି ଦିଆଯିବ। ନୂଆ ଆୟୋଜନକୁ ଅନାବଶ୍ୟକ ଅନୁମତି ଦିଆ ନଯାଉ।”

ସପ୍ତାହ ହେଲା ଦିଲ୍ଲୀ ଜାହାଙ୍ଗିରପୁରୀରେ ହିଂସା ଲାଗି ରହିଛି। ଏହି ଘଟଣାରେ ୯ ଜଣ ଆହତ ହୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ମାମଲରେ ୨୫ ଜଣଙ୍କୁ ଗରିଫ କରାଯାଇଛି। ଗତକାଲି ଜଣେ ଅଭିଯୁକ୍ତକୁ ଗିରଫ କରିବାକୁ ଯିବା ବେଳେ ହିଂସା ହୋଇଥିଲା। ମହିଳାମାନେ ଏକାଠି ହୋଇ ପୁଲିସ ଉପରକୁ ଟେକାପଥର ମାଡ଼ କରିଥିଲେ। ଆସନ୍ତା ମାସରେ ଇଦ୍ ଓ ଅକ୍ଷୟତୃତୀୟା ସମାନ ଦିନରେ ପଡ଼ୁଥିବାରୁ ରାଜ୍ୟରେ ହିଂସା ହୋଇପାରେ। ତେଣୁ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି ବୋଲି ୟୁପି ସରକାର କହିଛନ୍ତି।

ଆହୁରି ମଧ୍ୟ କୁହାଯାଇଛି ଯେ କୌଣସି ନୂଆ ସ୍ଥାନରେ ମାଇକ୍ରୋଫୋନ୍‌ର ବ୍ୟବହାର କରାଯିବ ନାହିଁ। ତେବେ ଯେଉଁମାନେ ଲାଉଡ୍‌ସ୍ପିକର ବ୍ୟବହାର କରୁଛନ୍ତି ସେମାନଙ୍କୁ ଏହା ସ୍ଥିର କରିବାକୁ ହେବ ଯେ ତାଙ୍କର ଲାଉଡ୍‌ସ୍ପିକର ଦ୍ୱାରା ଯେମିତି କେହି ଡିଷ୍ଟର୍ବ ନ ହୁଅନ୍ତି। କେବଳ ନିର୍ଦ୍ଧାରିତ ସ୍ଥାନରେ ସମସ୍ତ ଧାର୍ମିକ କାର୍ଯ୍ୟ ହୋଇପାରିବ। ଏଥିପାଇଁ ଟ୍ରାଫିକ୍‌ ସମସ୍ୟା ଯେମିତି ନ ହୁଏ ଏଥିପ୍ରତି ଧ୍ୟାନ ଦେବାକୁ ହେବ ବୋଲି ଯୋଗୀ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ଆସନ୍ତାମାସରେ ଇଦ୍ ଓ ଅକ୍ଷୟତୃତୀୟା ସମାନ ଦିନରେ ପଡ଼ୁଥିବାରୁ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି ବୋଲି ୟୁପି ସରକାର କହିଛନ୍ତି।