ତଳଙ୍ଗାରୁ ଶ୍ରୀକ୍ଷେତ୍ରକୁ ରଥ ନିର୍ମାଣ ପାଇଁ ଗଲା ୨୬ ଖଣ୍ଡ ଅସନ କାଠ : ପୁଣି ଯିବ ୫୪ ଖଣ୍ଡ

ବୌଦ୍ଧ,୨୮/୪ : (ଭାଗବତ ମେହେର) – ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ମାଧପୁର ରେଞ୍ଜ ତଲଙ୍ଗା ସେକ୍ସନର ରାଣୀସହି ବିଟ ହାତିଧରା ଜଙ୍ଗଲରୁ ପ୍ରଥମକରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ୨୬ଖଣ୍ଡ ଅସନ କାଠ ପଠାଯାଇଛି । ଏହି କାର୍ଯ୍ୟକ୍ରମକୁ ମାଧପୁର ରେଞ୍ଜ ଅଧିକାରୀ ଶ୍ରୀହସ୍ତ କୁମରା ସବୁଜ ପତାକା ଦେଖାଇ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରିଥିଲେ । ଅଞ୍ଚଳର ଜଗନ୍ନାଥ ପ୍ରେମୀ ଭକ୍ତ ନାମ, ସଂକୀର୍ତନ ଦ୍ୱାରା ଉକ୍ତ ଟ୍ରକକୁ ପୁରୀ ଅଭିମୁଖେ ଛାଡିଥିଲେ । ଏହି କାର୍ଯ୍ୟକ୍ରମରେ ତଲଙ୍ଗା ଫରେଷ୍ଟର କମ୍ବଳସ୍ଵର ବେହେରା, ଫରେଷ୍ଟ ଗାର୍ଡ ପ୍ରକାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବା ବେଳେ ଏହି ଜଂଗଲରୁ ପରବର୍ତ୍ତୀ ପର୍ଯ୍ୟାୟରେ ୧୨ଫୁଟ ଲମ୍ବର ୨୪ଖଣ୍ଡ ,ଆଉ୪୦ ଫୁଟ ଲମ୍ବା ୨୧ ଖଣ୍ଡ ଅସନ କାଠ ପଠାଯିବ ବୋଲି ସ୍ଥାନୀୟ ରେଞ୍ଜ ଅଧିକାରୀ ଶ୍ରୀହସ୍ତ କୁମରା ସୂଚନା ଦେଇଛନ୍ତି ।