ବୌଦ୍ଧ,୧୪/୫ : (ଭାଗବତ ମେହେର) – କଥାରେ ଅଛି ଆଳୁ ଖୋଳୁ ଖୋଳୁ ମହାଦେବ ବହାରିପଡିଲେ । ସେହିପରି ଏକ ଚମତ୍କାରିକା ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଶଗଡ଼ା ପଞ୍ଚାୟତ ଶରଧାପାଲି ଗାଁରେ ମନରେଗାରେ ବନ୍ଧ ଖନନ କାର୍ଯ୍ୟ ଚାଲୁଥିବା ବେଳେ କିଛି ରତ୍ନ ପଥର ମିଳିଛି । ଏହାପରେ ଏବେ ସେଠାରେ ଲାଗିଛି ଲୋକଙ୍କ ଭିଡ଼ । ଲୋକମାନେ ପୋଖରୀରେ ରତ୍ନ ପଥର ଖୋଜିବାରେ ଲାଗିଛନ୍ତି । କାଳେ କିଛି ରତ୍ନ ପଥର ମିଳିଯିବ ସେଥିପାଇଁ ଲୋକମାନେ ଖୋଜାଖୋଜି କରୁଛନ୍ତି । ଘଟଣାକୁ ନେଇ ସୋସିଆଲ ମିଡିଆ ଖବର ପ୍ରଚାରିତ ହେବା ପରେ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଁଚି ଘଟଣାର ଅନୁମାନ କରି ୧୪୪ ଧାରା ଉକ୍ତ ସ୍ଥାନରେ ଲଗାଇଥିବାର ଜଣାପଡିଛି ।