ବୌଦ୍ଧ,୧୬/୫ : (ଭାଗବତ ମେହେର) – ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଆଡେନିଗଡ଼ ପାଣ୍ଡି ଅଧିନସ୍ଥ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ସ୍ଥିତ ମାଧପୁର ନିକଟରେ ଏକ ଯାତ୍ରୀ ବାହି ବସ ଦୁର୍ଘଟଣାଗସ୍ତ ହୋଇଛି। ସୂଚନା ଅନୁଯାୟୀ ସାରଳା ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଫୁଲବାଣୀ ରୁ ଭୁବନେଶ୍ୱର ଯାଉଥିବା ସମୟ ରେ ମାଧପୁର ନିକଟସ୍ଥ ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଏକ କେନାଲ କୁ ଖସିପଡ଼ିଥିଲା । ଫଳରେ ଗାଡ଼ିରେ ଥିବା ପ୍ରାୟ ୩୫ ରୁ ଉର୍ଦ୍ଧ୍ବ ଜଣ ଯାତ୍ରୀ ସୁରକ୍ଷିତ ଥିବା ବେଳେ କେହି ମୃତାହତ ହୋଇନଥିବା ଜଣାପଡିଛି। ଏକ ବଡ଼ ଦୁର୍ଘଟଣାରୁ ବର୍ତିଯାଇଛନ୍ତି ସମସ୍ତ ଯାତ୍ରିମାନେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବସ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଇଥିବା ଜଣାପଡିଛି ।