ହଳଦୀ କେତେ ମାତ୍ରାରେ ଆପଣଙ୍କ ପାଇଁ ସ୍ବାସ୍ଥ୍ୟକର : ଜାଣନ୍ତୁ

ହଳଦୀ ଆମ ସ୍ବାସ୍ଥ୍ୟ ପାଇଁ କେତେ ହିତକର ତାହା ତ ଆମେ ସମସ୍ତେ ଜାଣିଛୁ। କିନ୍ତୁ ଆପଣ ଏହା ଜାଣିଛନ୍ତି କି ଆପଣଙ୍କୁ ଗୋଟିଏ ଦିନରେ କେତେ ମାତ୍ରାରେ ହଳଦୀ ଖାଇବା ଉଚିତ୍ ଏବଂ କେଉଁଥିରେ ପକାଇ ଖାଇବା ଉଚିତ୍ ? ଯଦି ନା ତେବେ ଆସନ୍ତୁ ଜାଣିବା

ହଳଦୀରେ କରକ୍ୟୁମିନ୍ ନାମକ ଉପାଦାନ ଥିବା ହେତୁ ଏହା ଅତ୍ୟନ୍ତ ଗୁଣକାରୀ ହୋଇଥାଏ। ଏହା ହଳଦୀର ଏକ ଛୋଟ ଅଂଶରେ ରହିଥାଏ କିନ୍ତୁ ସବୁଠୁ ଅଧିକ ପ୍ରଭାବଶାଳୀ ହୋଇଥାଏ।

ପ୍ରତିଦିନ ହଳଦୀ ଖାଇବା ଦ୍ବାରା ଆପଣ ସୁସ୍ଥ ରହିପାରିବେ। କିନ୍ତୁ ଏହାକୁ କେତେ ମାତ୍ରାରେ ଖାଇବେ ସେଥିପ୍ରତି ଧ୍ୟାନ ରଖନ୍ତୁ। ହଳଦୀରୁ ଲାଭ ପାଇବା ପାଇଁ ବ୍ୟକ୍ତିକୁ ଦିନରେ ୫୦୦ମିଲିଗ୍ରାମ୍ କରକ୍ୟୁମିନ୍ ଖାଇବା ଉଚିତ୍। ଏହାର ମାତ୍ରା ୧୦୦୦ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଲେ ଭଲ।

ବର୍ତ୍ତମାନ ହଳଦୀର କ୍ୟାପସୁଲ ମଧ୍ୟ ବଜାରରେ ମିଳୁଛି। ଅଧିକାଂଶ ଲୋକ ହଳଦୀକୁ କ୍ଷୀରରେ ମିଶାଇ ପିଅନ୍ତି। କେବଳ ଏତିକି ନୁହେଁ ଆଜିକାଲି କ୍ୟାଫେରେ ମଧ୍ୟ ପାଇଜ,ସ୍ମୁଥିସ୍ ଏବଂ ସେକରେ ମଧ୍ୟ ହଳଦୀ ମଧ୍ୟ ମିଶାଯାଉଛି। ଏହି ସବୁ ଉପାୟ ଦ୍ବାରା ଆପଣ ଦିନସାରା ଆବଶ୍ୟକତା ଅନୁସାରେ କରକ୍ୟୁମିନର ମାତ୍ରା ପାଇ ପାରିବେ। ହଳଦୀ ସହ ଗୋଲମରିଚ ମିଶାଇ ଖାଇବା ଦ୍ବାରା ଆପଣ ତରକାରି ରାନ୍ଧି ପାରିବେ। ଏହା ଶରୀର ପକ୍ଷେ ଲାଭଦାୟକ ହୋଇଥାଏ। କରକ୍ୟୁମିନ ଶରୀରକୁ ସହଜରେ ପ୍ରବେଶ କରିପାରିନଥାଏ ତେଣୁ ଗୋଲମରିଚ ଏହାକୁ ଶୋଷିତ କରିବାରେ ସାହାଯ୍ୟ କରିଥାଏ।

ଆଜିକାଲି ନକଲି ହଳଦୀ ପାଉଡର ବଜାରରେ ମିଳୁଅଛି। ତେଣୁ ଏହାକୁ କିଣିବା ପୂର୍ବରୁ କରକ୍ୟୁମିନର ମାତ୍ରାକୁ ଯାଞ୍ଚ କରନ୍ତୁ।