ବୌଦ୍ଧ,୧୬/୫ :(ଭାଗବତ ମେହେର) – ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଓ ସନ୍ଥ କବି ଭୀମ ଭୋଇଙ୍କ ଜନ୍ମ ଜୟନ୍ତୀ ଉତ୍ସବ ଉପଲକ୍ଷେ ବୌଦ୍ଧ ଜିଲ୍ଲାର ପ୍ରତ୍ୟକ ଗ୍ରାମ ଉଶ୍ଚବ ମୁଖର ହୋଇଥିବା ବେଳେ କେତେକ ସ୍ଥାନରେ ନାମ ସଂକୀର୍ତ୍ତନ ପୂଜା ପାଠ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ପବିତ୍ର ଦିନରେ ଜିଲ୍ଲାର ହରଭଙ୍ଗା ବ୍ଲକ ର ମାଧପୁର, ଏବଂ କଣ୍ଟାମାଲ ବ୍ଲକ ସ୍ଥିତ ମନମୁଣ୍ଡାଠାରେ ଓ ,ବୌଦ୍ଧ ଏନ. ଏ. ସି. ସ୍ଥିତ ବାଘଗୁଡ଼ା ଛକରେ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି, ସେହିପରି ବୌଦ୍ଧ ସ୍ଥିତ ଜାମୁଛକଠାରେ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ପ୍ରତିଛବି, କେଳାକଟା ସ୍ଥିତ ଭୀମ ପାହାଡ଼ଠାରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି l

ଏହି ଉପଲକ୍ଷେ ଶ୍ୟାମସୁନ୍ଦରପୁର, ପର୍ଗଳପୁର, ବୌଦ୍ଧ ସ୍ଥିତ ବୁଦ୍ଧ ପାର୍କଠାରେ ଭଗବାନ ବୁଦ୍ଧ ଙ୍କ ନୀତି କାନ୍ତି ସହ ପୂଜାର୍ଚନା ଏବଂ ବୁଦ୍ଧ ପାର୍କ ଠାରେ ଭଗବାନ ବୁଦ୍ଧ ଙ୍କ ବିଷୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଏବଂ ସନ୍ଧ୍ୟାରେ ବୌଦ୍ଧ ରାମେଶ୍ୱରମ ମନ୍ଦିର ନିକଟରୁ ବୁଦ୍ଧ ପାର୍କ ପର୍ଯ୍ୟନ୍ତ ଶାନ୍ତି ଶୋଭାଯାତ୍ରା,ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗଦେଇଥିଲେ । ଜିଲ୍ଲାର ତିନୋଟି ସ୍ଥାନରେ ବୁଦ୍ଧଙ୍କ ପ୍ରତିମୃତ୍ତି ଉନ୍ମୋଚିତ ହେବାକୁ ଥିବା ବେଳେ ନିଜ କରକମଳରେ ବୁଦ୍ଧଙ୍କ ପ୍ରତିମୃତ୍ତି ଗୁଡିକ ଉନ୍ମୋଚିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସଂମାନିତ ଅତିଥି ଭାବେ ବୌଦ୍ଧ ଜିଲା ପାଳ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ନଗର ପାଳ ମୃତୁଞ୍ଜୟ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା, ବୌଦ୍ଧ ପ୍ରକଳ୍ପ ଅଧିକାରୀ (ପିଡ଼ି) ଅଶ୍ୱିନୀ କୁମାର ମେହେର, ଜିଲ୍ଲାର ସଂସ୍କୃତି ଅଧିକାରୀ ସୁକୃ ସ୍ୱାଇଁ, ମୁଖ୍ୟ ବକ୍ତା ହିମାଂଶୁ ଶେଖର ପାଢ଼ୀ, ସଭା ମୁଖ୍ୟ ଦେବାଶିଷ ପୁରୋହିତ, ପ୍ରମୁଖ ଯୋଗ ଦେଇଥିବାବେଳେ ଅନ୍ୟତମ ଅତିଥି ଭାବେ ହରଭଙ୍ଗା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମିତା ରାଣୀ ରଥ, ବ୍ଲକ ଚେୟାରମ୍ୟାନ ସ୍ନେହଳତା ପ୍ରଧାନ, ଉପାଧକ୍ଷ ସରୋଜ ପ୍ରଧାନଙ୍କ ସମେତ ଜିଲ୍ଲାର ଅନ୍ୟାନ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ । ବୁଦ୍ଧ ଜୟନ୍ତୀ ପରିପେକ୍ଷିରେ ଜିଲ୍ଲାର ପ୍ରଗଲପୁରଠାରେ ଗ୍ରାମବାସୀଙ୍କ ଦ୍ଵାରା ୧୧ ତାରିଖ ଆରମ୍ବ ହୋଇଥିବା ଅଆଜକୁ ୬ ଦିନ ଧରି ନାମ ସଂକୀର୍ତ୍ତନ, ନାଚ ଗିିତ ଏବଂ ସଂସ୍କୃତିକ କାର୍ଯ୍ୟକ୍ରମ ସହ ମିନବଜାରର ଆକର୍ଷଣ ଦର୍ଶକଙ୍କୁ ବେଶଆକର୍ଷିତ କରିଥିବା ବେଳେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିବା ଦେଖିବାକୁ ମିିଳିଥିଲା ।