ଭାରତରୁ ଓମିକ୍ରନ BA.4 ସବଭାରିଆଣ୍ଟର ପ୍ରଥମ ମାମଲା ଚିହ୍ନଟ, ବୈଜ୍ଞାନିକ କହିଲେ ଏପରି  

ନୂଆଦିଲ୍ଲୀ:ଭାରତରେ କରୋନା ସଂକ୍ରମଣ ହାର କମିଯାଇଥିବା ବେଳେ ଏଣ୍ଟ୍ରି ମାରିଛି ଆଉ ଏକ ସବ୍ ଭାରିଆଣ୍ଟ । ଭାରତରେ ଓମିକ୍ରନର BA.4 ସବଭାରିଆଣ୍ଟର ପ୍ରଥମ ମାମଲା ଗୁରୁବାର ଦିନ  ଚିହ୍ନଟ ହୋଇଛି । ଏହି ଭାରିଆଣ୍ଟ ହାଇଦ୍ରାବାଦରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । କୋଭିଡ-୧୯ ଜେନୋମିକ୍ ସର୍ଭିଲାନ୍ସ ପ୍ରୋଗ୍ରାମ୍ ମାଧ୍ୟମରେ ଏହି  ମାମଲାକୁ ଚିହ୍ନଟ କରାଯାଇଛି ।

ତେବେ ଭାରତୀୟ SARS-CoV-2 କନ୍ସୋର୍ଟିୟମ୍ ଅନ୍ ଜେନୋମିକ୍ସ (INSACOG) ସହିତ ଜଡିତ ବୈଜ୍ଞାନିକ କହିଛନ୍ତି ଯେ, ଭାରତରୁ BA.4 ସବଭାରିଆଣ୍ଟ ବିବରଣୀ ମେ’ ୯ରେ ରେକର୍ଡ କରାଯାଇଥିଲା । ଏହାକୁ ନିଶ୍ଚିତ କରି ICMRର ଜଣେ ବୈଜ୍ଞାନିକ କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ ଦେଶର ଅନ୍ୟ ସହରରେ BA.4 ମାମଲା ଚିହ୍ନଟ ହେବାର ସମ୍ଭାବନା ରହିଛି ।

SARS CoV 2 ଭାଇରସର ଏହି ଷ୍ଟ୍ରେନ୍ ବହୁତ ମାରାତ୍ମକ ହୋଇଥିବା ବେଳେ ଏହା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ କରିଦିଏ । ଦକ୍ଷିଣ ଆଫ୍ରିକାରେ BA.4 ସବଭାରିଆଣ୍ଟ ପରି ନୂଆ କରୋନା ଭାଇରସ୍ ସଂକ୍ରମଣର ଏକ ବଡ଼ ଏହର ପାଇଁ ଏହି ଷ୍ଟ୍ରେନ୍ ମଧ୍ୟ ଦାୟୀ ଥିଲା । ତେବେ ବୈଜ୍ଞାନିକମାନେ ମତ ଦେଇଛନ୍ତି ଯେ, ଚଳିତ ବର୍ଷ ଜାନୁଆରୀରେ ଭାରତରେ ଆସିଥିବା ଓମିକ୍ରନ୍ ଲହର ଯୋଗୁଁ ଭାରତୀୟ ଜନସଂଖ୍ୟାରେ ରୋଗ ପ୍ରତିରୋଧକ ଶକ୍ତି ବହୁ ମାତ୍ରାରେ ବୃଦ୍ଧି ପାଇଛି ।