ଆଇଏଏସ ସ୍ତରରେ ଅଦଳବଦଳ : ଅର୍ଥ ସଚିବ ହେଲେ ଅଶୋକ ମୀନା

ଭୁବନେଶ୍ୱର,୧ /୧୨ : ପ୍ରଶାସନିକ ସ୍ତରରେ ଶନିବାର ଛୋଟ ଧରଣର ଅଦଳ ବଦଳ ହୋଇଛି। ରାଜ୍ୟ ସରକାର ଅଶୋକ କୁମାର ମୀନାଙ୍କୁ ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରିଛନ୍ତି। ପୂର୍ବରୁ ଏହି ଦାୟିତ୍ୱରେ ତୁହିନକାନ୍ତ ପାଣ୍ଡେ ଥିଲେ ତାଙ୍କୁ ଦିଲ୍ଲୀରେ ରେସିଡେଣ୍ଟ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଗିରିଶ ଏସ.ଏନଙ୍କୁ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଦେବେନ୍ଦ୍ର କୁମାର ଜେନାଙ୍କ ରାଜ୍ୟ ସମବାୟ ବ୍ୟାଙ୍କର ଏମଡି ଭାବେ ଦାୟିତ୍ୱ ଦିଆଯାଇଛି।