ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଆଜି ଭାରତୀୟ ଜନତା ପାର୍ଟି ବା ବିଜେପିକୁ ଲାଗିଛି ଶକ୍ତି ଝଟକା । ବିଜେପି ସାଂସଦ ବା ପାର୍ଟି ଅଧ୍ୟକ୍ଷ ଅର୍ଜୁନ ସିଂହ ଆଜି ବିଜେପିରେ ସାମିଲ ହୋଇଛନ୍ତି । ପାର୍ଟିର ମହାସଚିବ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଅର୍ଜୁନ ଦଳରେ ସାମିଲ ହୋଇଛନ୍ତି । ଟିଏମସିରେ ସାମିଲ ହେବା ପରେ ପରେ ଅର୍ଜୁନଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଅପଡେଟ୍ କରାଯାଇଛି । ଏହାପରେ ଟିଏମସି ପକ୍ଷରୁ ଟ୍ୱିଟ କରାଯାଇଥିଲା । ଅର୍ଜୁନ ଟିଏମସିରେ ଯୋଗଦେବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା ।
ସୂଚନାଯୋଗ୍ୟ ଯେ, କିଛି ଦିନ ଧରି ଅର୍ଜୁନ ବିଜେପି ବିରୋଧରେ ମନ୍ତବ୍ୟ ଦେଇ ଆସୁଥିଲେ । ଗତ ୬ ମାସ ଧରି ଅର୍ଜୁନ ଟିଏମସି ସଂପର୍କରେ ରହିଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଗତ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଅର୍ଜୁନ ବାରାକପୁରରେ ତୃଣମୂଳ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ । ମାତ୍ର ନିର୍ବାଚନ ପୂର୍ବରୁ ସେ ବିଜେପିରେ ସାମିଲ ହୋଇଥିଲେ । ଲୋକସଭା ନିର୍ବାଚରେ ବିଜେପି ତାଙ୍କୁ ଟିକେଟ ଦେଇଥିଲା ଓ ସେ ବାରାକପୁର ଆସନରୁ ଜିତି ସାଂସଦ ହୋଇଥିଲେ ।
ସେ ଆଜି ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଭେଟିଥିଲେ । ଏହା ପରେ ବିଜେପି ଛାଡ଼ି ଟିଏମସିରେ ଯୋଗଦେବାକୁ ଘୋଷଣା କରିଥିଲେ ।