୪ ବର୍ଷରେ ଆମେରିକାରେ ରାଜନୈତିକ ଶରଣ ମାଗିଛନ୍ତି ୨୦ ହଜାର ଭାରତୀୟ

ୱାସିଙ୍ଗଟନ୍,୧/୧୨: ଆମେରିକାର ଏକ ଆକଳନ ମୁତାବକ ୨୦୧୪ ପର ଠାରୁ ୨୦ ହଜାର ଭାରତୀୟ ସେଠାରେ ରାଜନୈତିକ ଶରଣ ପାଇବା ପାଇଁ ଆବେଦନ କରିଥିଲେ । ଆମେରିକା ହୋମଲ୍ୟାଣ୍ଡ ସିକ୍ୟୁରିଟି ମନ୍ତ୍ରାଳୟ ନର୍ଥ ଆମେରିକାନ ପଞ୍ଜାବୀ ଆସୋଶିଏସନକୁ ଏହି ସୂଚନା ଦେଇଛି । ଏହି ଆସୋଶିଏସନ ପଞ୍ଜାବରୁ ଆସିଥିବା ଅବୈଧ ପ୍ରବାସୀଙ୍କ ପାଇଁ କାମ କରୁଛି । ଏଭଳି ଆବେଦନ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ମହିଳାଙ୍କ ସଂଖ୍ୟା ବହୁତ କମ୍ ରହିଛି ।