ହକି ବିଶ୍ୱକପ୍‌ : ମାଲେସିଆ ବିପକ୍ଷରେ ନେଦରଲାଣ୍ଡର ଏକତରଫା ବିଜୟୀ

ଭୁବନେଶ୍ୱର,୧/୧୨: ହକି ବିଶ୍ୱକପ୍‌ର ପୁଲ-ଡି ମ୍ୟାଚ୍‌ରେ ଶନିବାର ନେଦରଲାଣ୍ଡ ଏକତରଫା ବିଜୟୀ ହୋଇଛି। ପୂର୍ବରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ନେଦରଲାଣ୍ଡ ୭-୦ ଗୋଲରେ ମାଲେସିଆକୁ ପରାସ୍ତ କରିଛି। ଏଥି ସହିତ ଚଳିତ ହକି ବିଶ୍ୱକପରେ ନେଦରଲାଣ୍ଡ ଗୋଟିଏ ମ୍ୟାଚରେ ସର୍ବାଧିକ ଗୋଲ ଦେବା ରେକର୍ଡ କରିଛି। ପୂର୍ବରୁ ଭାରତ ୫-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା।