ମୁହଁରୁ ଦାଗ ଦୂର କରିବ ବାଇଗଣ! ଜାଣନ୍ତୁ କିପରି କରିବେ ବ୍ୟବହାର

ସାଧାରଣତଃ ଆମେ ତରକାରୀ କିମ୍ବା ଭର୍ତ୍ତା ବନାଇବା ପାଇଁ ବାଇଗଣ ବ୍ୟବହାର କରିଥାଉ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ବାଇଗଣର ପ୍ରୟୋଗ ଚେହେରାର ସୁନ୍ଦରତା ବଢ଼ାଇବା ପାଇଁ ମଧ୍ୟ କରାଯାଇ ପାରିବ? ଯଦି ଆପଣ ବାଇଗଣକୁ ଅଲଗା ଅଲଗା ତରିକାରେ ବ୍ୟବହାର କରିବେ, ତ ଏହା ଚେହେରାରେ ଥିବା ଗଭୀର ଚିହ୍ନ, ଦାଗକୁ ବି ଦୂର କରିପାରିବ।

ଗ୍ରୀଷ୍ମରେ ପ୍ରବଳ ଖରା ଓ ଗରମ ପବନ ଯୋଗୁ ଫେସ୍‌ରେ ଟ୍ୟାନିଂ ଏବଂ ସନ୍‌ ବର୍ଣ୍ଣ ସମସ୍ୟା ସୃଷ୍ଟି ହୋଇଥାଏ। ଏମିତିରେ ବାଇଗଣ ରସ ଆପଣଙ୍କ ସମସ୍ୟାଗୁଡ଼ିକୁ ଦୂର କରି ପାରିବ। ଏହି ରସରେ ଫାଇଟୋନ୍ୟୁଟ୍ରିଏଣ୍ଟସ୍‌ ମିଳିଥାଏ, ଯାହା ତ୍ୱଚାର ଜ୍ୱଳନକୁ ଦୂର କରିବାର କାମ କରିଥାଏ।

ଚେହେରା ଉପରେ ସାଧାରଣତଃ ପ୍ରଦୂଷଣ ଏବଂ ଏଣୁତେଣୁ ଖାଇବାର ଖରାପ ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ସ୍କିନ୍‌ ରୁକ୍ଷ ତଥା ଶୁଷ୍କ ହୋଇ ଯାଇଥାଏ। ତେବେ ବାଇଗଣରେ ପାଣିର ମାତ୍ରା ୯୦ ପ୍ରତିଶତରୁ ଅଧିକ ରହିଥାଏ। ଏଥିପାଇଁ ସ୍କିନକୁ ହାଇଡ୍ରେଟ୍‌ ରଖିବାରେ ଏହା ସାହାଯ୍ୟ କରିଥାଏ, ଯଦ୍ଦ୍ଵାରା ଚେହେରା ନରମ ହୋଇଯାଇଥାଏ।

ବୟସ ବଢ଼ିବାର ପ୍ରଭାବକୁ ରୋକିବା ବହୁତ ମୁସ୍କିଲ ହୋଇଥାଏ। ଏମିତିରେ ଆପଣ ବାଇଗଣର ଫେସ୍‌ ମାସ୍କ ପ୍ରସ୍ତୁତ କରି ପାରିବେ। ଏହି ପରିବାରେ ଆଣ୍ଟି ଆକ୍ସିଡାଣ୍ଟ ରହିଛି, ଯାହା ଫ୍ରି ରେଡିକଲ୍ସ ସହ ଲଢ଼ିବାରେ ସାହାଯ୍ୟ କରିଥାଏ। ଏହି ଫେସ୍‌ ମାସ୍କ ବ୍ୟବହାର ଦ୍ୱାରା ଚେହେରା ଯୁବା ଦେଖାଯାଇଥାଏ ଏବଂ ଜବରଦସ୍ତ ଉଜ୍ଜ୍ୱଳତା ମଧ୍ୟ ଆସିଯାଇଥାଏ। ଏଥି ସହିତ ଚିହ୍ନ, ଦାଗ ଦୂର ହୋଇ ଏହା ଚେହେରାକୁ ଆକର୍ଷଣୀୟ କରିଥାଏ।