କଟକ,୨୭/୫: କଟକ ଜିଲ୍ଲା ଜଗତପୁରରେ ଆଜି ଠାବ ହୋଇଛି ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି । ସିଏମସି, ସ୍ୱାସ୍ଥ୍ୟ ବିଭାଗ ଓ ଜଗତପୁର ପୋଲିସ ମିଳିତ ଭାବେ ଏହି ରେଡ୍ କରିଥିଲା । ସେଠାରେ ଅନେକ ନାମୀଦାମୀ କମ୍ପାନୀର ଲୋଗୋକୁ ଜାଲ୍ କରି ପ୍ୟାକିଂ ଚାଲିଥିଲା ଓ ପରେ ନକଲି ମୃଦୁ ପାନୀୟକୁ ବଜାରକୁ ପଠାଯାଉଥିଲା ।
ଏନେଇ ସୂଚନା ମିଳିବା ପରେ ସେଠାରେ ଚଢ଼ାଉ କରାଯାଇଥିଲା । ଫ୍ୟାକ୍ଟ୍ରି ଉପରେ ରେଡ୍ କରି ବିପୁଳ ପରିମାଣର ନକଲି ମୃଦ୍ୟୁ ପାନୀୟ ଜବତ କରାଯାଇଥିବା ସୂଚନା ମିଳିଛି । ନିମ୍ନମାନର କଞ୍ଚାମାଲ ବ୍ୟବହାର କରି ପ୍ରସ୍ତୁତ ହେଉଥିଲା ମୃଦ୍ୟୁ ପାନୀୟ । ସାମ୍ପୁଲ ଯାଞ୍ଚ ପାଇଁ ଲାବ୍ ପଠାଯାଇଛି । ଏହା ସହ ନକଲି ଫ୍ୟାକ୍ଟ୍ରି ଚଳାଉଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ପୋଲିସ ଏସମ୍ପର୍କରେ ଅଧିକ ସୂଚନା ପାଇବା ପାଇଁ ଖୋଳତାଡ଼ ଜାରି ରହିଛି । ଢ଼େଙ୍କାନାଳ, ଖୁଣ୍ଟୁଣୀ, ଯାଜପୁର, ଜଗତସିଂହପୁର ଅଞ୍ଚଳକୁ ଏହି ନକଲି ମୃଦୁ ପାନୀୟ ଯୋଗାଣ ଚାଲିଥିଲା ବୋଲି ସୂଚନା ମିଳିଛି ।