କେରଳ ଛୁଇଁଲା ମୌସୁମୀ ବାୟୁ, ଏଣିକି ତାତିରୁ ମିଳିବ ମୁକ୍ତି!

ଭୁବନେଶ୍ବର,29/5: ଆଜି କେରଳ ଛୁଇଁଛି ମୌସୁମୀ ବାୟୁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି। ନିର୍ଦ୍ଧାରିତ ତାରିଖ ଜୁନ୍‌ ୧ ଠାରୁ ୩ ଦିନ ଆଗରୁ ପହଞ୍ଚିଲା ମୌସୁମୀ। ସାଧାରଣତଃ ଜୁନ୍‌ ପହିଲାରେ ମୌସୁମୀ ପହଞ୍ଚିଥାଏ। ଏଥର ମେ ୨୭ରେ ଛୁଇଁବ ବୋଲ ପୂର୍ବାନୁମାନ କରିଥିଲା IMD। ଆରବ ସାଗର ଓ ବଙ୍ଗୋପ ସାଗର ଆଡକୁ ଅଗ୍ରସର ହୋଇଛି ମୌସୁମୀ ବାୟୁ । ତାମିଲନାଡୁ ଦକ୍ଷିଣରେ ମଧ୍ୟ ମୌସୁମୀ ପ୍ରବେଶ କରିଛି ।

ମୌସୁମୀ ବାୟୁ ପ୍ରଭାବରେ କେରଳ ଉପକୂଳରେ ବର୍ଷା ଆରମ୍ଭ ହୋଇଛି। ତେବେ ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ହୋଇନଥିବା ସୂଚନା ଦେଇଛନ୍ତି IMD DG ମୃତ୍ୟୁଞ୍ଜୟ ମହାପାତ୍ର । ସାଧାରଣତଃ ଜୁନ ୧୨ରୁ ୧୫ ଭିତରେ ମୌସୁମୀ ଆସିଥାଏ ।

ଆଇଏମ୍‌ଡିର କହିବା ମୁତାବକ, ଆଗାମୀ ଦିନରେ କେରଳର ବିଭିନ୍ନ ଅଞ୍ଚଳ ସହ ଉପକୂଳବର୍ତ୍ତୀ ଅଞ୍ଚଳ କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ମନସୁନ୍‌ ପ୍ରଭାବ ଦେଖିବାୁ ମିଳିବ। ଏଥିସହ ଆଜି ଠାରୁ ଜୁନ୍‌ ୧ ଯାଏଁ କେରଳରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି।