ସନ୍ଧ୍ୟା ହେଲେ ଘରେ ଘରେ ମଶା କାମୁଡିବା ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ । ଏହାସହ ମଶାଙ୍କ କାରଣରୁ ବ୍ୟାପୁଥିବା ବିଭିନ୍ନ ମାରାତ୍ମକ ରୋଗ ଅନେକ ସମୟରେ ଭୟ ସୃଷ୍ଟି କରିଥାଏ । ସନ୍ଧ୍ୟା ସମୟ ବ୍ୟତୀତ ଡେଙ୍ଗୁ ମଶା ଦିନ ସମୟରେ ମଧ୍ୟ କାମୁଡି ଥାଆନ୍ତି । ତେବେ ମଶା ଦାଉରୁ ରକ୍ଷା ପାଇପା ପାଇଁ ବିଭିନ୍ନ ଜିନିଷ ବ୍ୟବହାର କରାଯାଉଥିଲେ ମଧ୍ୟ କିଛି ଘରୋଇ ଉପାୟ ଆପଣାଇ ପାରିବେ।
*ଘରର କକ୍ଷରେ କର୍ପୁର ଜଳାଇ ୧୦ ମିନିଟ ପାଇଁ ଘରର ସମସ୍ତ ଝରକା ଓ କବାଟ ବନ୍ଦ କରି ଦିଅନ୍ତୁ। ଏହାଦ୍ୱାରା ମଶା ଘରେ ରହିବେ ନାହିଁ।
*କକ୍ଷରେ ରସୁଣ ରସ ଛିଞ୍ଚିକି ପକାଇବା ଦ୍ୱାରା ମଧ୍ୟ ମଶା ରହିନଥାଆନ୍ତି।
*ଲାଭେନଡର ଫୁଲର ତେଲକୁ ପ୍ରାକୃତିକ ସ୍ପ୍ରେ ଭାବରେ ଘରେ ବ୍ୟବହାର କରି ପାରିବେ।
*ଜୁଆଣୀ ଓ ସୋରିଷ ତେଲରକୁ ମିଶାଇ ଏହାକୁ ଘରର ଏକ ଉଚ୍ଚ ସ୍ଥାନରେ ରଖନ୍ତୁ। ଏହାର ବାସ୍ନାରେ ଘରେ ମଶା ରହିବେ ନାହିଁ।
*ଘରର କକ୍ଷ କଣରେ ପୁଦିନା ପତ୍ର କିମ୍ବା ଏହାର ତେଲକୁ ବ୍ୟବହାର କରନ୍ତୁ। ଏହାର ବାସ୍ନା ଘରେ ମଶା ରହିବେ ନାହଁ।
*ଟି ଟ୍ରି ଅଏଲକୁ ପାଣିରେ ମିଶାଇ ଏହାକୁ ହାତ,ଗୋଡ ଆଦି ସ୍ଥାନରେ ଲଗାନ୍ତୁ। ଫଳରେ ବାହାରକୁ ଗଲେ ମଧ୍ୟ ମଶା କାମୁଡିବେ ନାହିଁ।
*ଘରର କକ୍ଷରେ କଟା ଲେମ୍ବୁ,ଲବଙ୍ଗ ଆଦି ମଧ୍ୟ ରଖିବା ଦ୍ୱାରା ମଶା ରହିବେ ନାହିଁ।